ପୁଟିନଙ୍କ ବଡ ଚେତାବନୀ : ଯଦି ଆମେ ବିପଦରେ ପଡ଼ୁ, ତେବେ ଆମେ ଆଗୁଆ ଆକ୍ରମଣ କରିବୁ, ଅସ୍ତ୍ରଶସ୍ତ୍ରର ଅଭାବ ନାହିଁ

ମସ୍କୋ : ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ଚେତାବନୀ ଦେଇଛନ୍ତି ଯେ, ଯଦି ଆମେ ବିପଦରେ ପଡ଼ୁ, ତେବେ ଆମେ ଆଗୁଆ ଆକ୍ରମଣ କରିବୁ, ଅସ୍ତ୍ରଶସ୍ତ୍ରର ଅଭାବ ନାହିଁ । ଶତ୍ରୁ ଆକ୍ରମଣର ଧମକକୁ ଦୃଷ୍ଟିରେ ରଖି ପ୍ରଥମେ ଆମେରିକାର ରଣନୀତି ଆପଣେଇ ପାରିବୁ ଏବଂ ଏଥିପାଇଁ ଯଥେଷ୍ଟ ଅସ୍ତ୍ର ଅଛି । ଆମେରିକାର ନୀତି ସମ୍ପର୍କରେ ପୁଟିନ କିର୍ଗିଜସ୍ଥାନରେ ପୂର୍ବତନ ସୋଭିଏତ୍ ଦେଶର ଅର୍ଥନୈତିକ ମିଳିତ ମଞ୍ଚର ଏକ ସମ୍ମିଳନୀରେ କହିଛନ୍ତି ଯେ, ଆମେ କେବଳ ଏହି ବିଷୟରେ ଚିନ୍ତା କରୁଛୁ । ସେ ଗତ କିଛି ବର୍ଷ ମଧ୍ୟରେ ଖୋଲାଖୋଲି ଭାବେ କଥାବାର୍ତ୍ତା କରିବାକୁ ପଛାଇ ନାହାଁନ୍ତି ।

Leave A Reply

Your email address will not be published.