jayashree

ବୋରଓ୍ୱେଲ୍ ଭିତରେ ଫସିରହିଥିବା ନିରିହ ଶିଶୁର ଜୀବନ ରକ୍ଷା କରାଯାଇପାରିଲା ନାହିିଁ

ଭୋପାଳ : ମଧ୍ୟପ୍ରଦେଶର ବେତୁଲରେ ବୋରଓ୍ୱେଲ ଭିତରକୁ ଖସିପଡିଥିବା ୮ ବର୍ଷର ବାଳକ ତନ୍ମୟ ସାହୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବୋରଓ୍ୱେଲର ୫୫ ଫୁଟ୍ ତଳକୁ ସେ ଖସି ପଡିଥିଲେ । ଆଜି ଭୋର ସାଢେ ୫ଟାରେ ଏନଡିଆରଏଫ୍‌ ତାଙ୍କ ମୃତଦେହକୁ ଉଦ୍ଧାର କରିଛି । ତାଙ୍କ ମୁହଁ ତଳକୁ ହୋଇଥିବାରୁ ସେ ଅକ୍ସିଜେନ ଗ୍ରହଣ କରିପାରିନଥିଲେ । ୪ ଦିନ ତଥା ୮୬ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ହୋଇଥିଲା । ପାଣି ଓ ପଥର ପାଇଁ ଉଦ୍ଧାରକାରୀ ଦଳଙ୍କ ପାଇଁ ସମସ୍ୟା ହୋଇଥିଲା । ଏନଡିଆରଏଫ୍ ଓ ଡିଏସଆରଏଫ୍‌ର ମୋଟ ୬୧ ଯବାନ ନିୟୋଜିତ ହୋଇଥିଲେ । ମୃତଦେହକୁ ଆଠେନାର ହସ୍‌ପିଟାଲକୁ ନିଆଯାଇଛି । ସେଠାରେ ଶବ ବ୍ୟବଚ୍ଛେଦ ହେବା ପରେ ଜଣାପଡିବ ଯେ, କେଉଁ କାରଣରୁ ତାଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.