ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୬ ମୃତ ୨୦ ଆହତ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର ଚିତ୍ତୋରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ବିବାହ କରିବାକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହେଲେ ବରଯାତ୍ରୀ । ସୂଚନା ଅନୁଯାୟୀ, ବଲିଜାପଲ୍ଲେ ଗାଁରୁ ଟ୍ରାକ୍ଟରରେ ଝିଅ ଘର ଆଡକୁ ବରଯାତ୍ରୀ ଯାଉଥିବା ସମୟରେ ଭାରସମ୍ୟ ହରାଇ ଟ୍ରାକ୍ଟରଟି ରାସ୍ତାକଡକୁ ଓଲଟି ପଡିଥିଲା । ଦୁର୍ଘଟଣାରେ ଟ୍ରାକ୍ଟର ଚାଳକ, ୨ ଜଣ ମହିଳା ଓ ୩ ଜଣ ପିଲାଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ବିବାହ କରିବାକୁ ଯାଉଥିବା ବର ହେମନ୍ତ କୁମାର ମଧ୍ୟ ସାମିଲ ଅଛନ୍ତି । ଆହତମାନଙ୍କୁ ଚିତ୍ତୋର, ବେଲ୍ଲୁର ଓ ତିରୁପତି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.