oom

ଆଜିଠାରୁ ଜିଲ୍ଲାରେ ଖରିଫ ଧାନ କିଣା ଆରମ୍ଭ : ଖପ୍ରାଖୋଲ ପେକ୍ସରେ ଧାନ କିଣାର ଶୁଭାରମ୍ଭ କଲେ ଜିଲ୍ଲାପାଳ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଖରିଫ ୨୦୨୨-୨୩ ବର୍ଷ ପାଇଁ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟିର ନିଷ୍ପତ୍ତି ଅନୁସାରେ ବଲାଙ୍ଗିର ଜିଲ୍ଲାରେ ଆଜି ଠାରୁ ଖରିଫ ଧାନ କିଣା ଆରମ୍ଭ କରାଯାଇଛି । ଜିଲ୍ଲାପାଳ ଚଞ୍ଚଳ ରାଣା ଆଜି ପାଟଣାଗଡ ଉପଖଣ୍ଡ ଅନ୍ତର୍ଗତ ଖପ୍ରାଖୋଲ ପେକ୍ସରେ ଧାନ କିଣାର ଶୁଭାରମ୍ଭ କରିଛନ୍ତି । ବଲାଙ୍ଗିର ଜିଲ୍ଲାରେ ଚଳିତ ନଭେମ୍ବର ମାସ ୨୫ ତାରିଖରୁ ୧୫୮ ଗୋଟି ପ୍ରାଥମିକ କୃଷି ସମବାୟ ସମିତି (ପେକ୍ସ) ଓ ୧୬ ଗୋଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଜରିଆରେ ଧାନ କ୍ରୟ କରାଯିବ । ଚଳିତ ଖରିଫ ବିପଣନ ବର୍ଷ ସକାଶେ ସାଧାରଣ ଏଫ୍‌.ଏ.କ୍ୟୁ. ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ ପ୍ରତି ୨୦୪୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଗ୍ରେଡ ଏ ଏଫ.ଏ.କ୍ୟୁ. ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ ପ୍ରତି ୨୦୬୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଖପ୍ରାଖୋଲ ପେକ୍ସରେ ଧାନ କିଣା ଶୁଭାରମ୍ଭ କାର୍ଯ୍ୟକ୍ରମରେ ପାଟଣାଗଡ ଉପଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ମୀର ରାଜା ଅଲ୍ଲୀ, ସମବାୟ ସମିତି ଉପନିବନ୍ଧକ ଦମୟନ୍ତୀ ସିଂଙ୍କ ସମେତ ସମବାୟ, ନିୟନ୍ତ୍ରିତ ବଜାର କମିଟି, ପ୍ରାଥମିକ କୃଷି ସମବାୟ ସମିତି (ପେକ୍ସ)ର ଅଧିକାରୀ ଓ କର୍ମଚାରୀ ଏବଂ ଚାଷୀ ମାନେ ଉପସ୍ଥିତ ଥିଲେ । ସେହିପରି ଆଜି ବଲାଙ୍ଗିର ଉପଖଣ୍ଡ ଅନ୍ତର୍ଗତ ମହୀମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତି (ପେକ୍ସ) ଠାରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଧାନ କିଣାର ଶୁଭାରମ୍ଭ କରିଛନ୍ତି । ମହୀମୁଣ୍ଡା ଠାରେ ଧାନ କିଣା ଶୁଭାରମ୍ଭ କାର୍ଯ୍ୟକ୍ରମରେ ବଲାଙ୍ଗିର ଉପଜିଲ୍ଲାପାଳ କୁମାର ନାଗଭୂଷଣଙ୍କ ସମେତ ସମବାୟ, ନିୟନ୍ତ୍ରିତ ବଜାର କମିଟି, ପ୍ରାଥମିକ କୃଷି ସମବାୟ ସମିତି (ପେକ୍ସ)ର ଅଧିକାରୀ ଓ କର୍ମଚାରୀ ଏବଂ ଚାଷୀ ମାନେ ଉପସ୍ଥିତ ଥିଲେ । ଚଳିତ ଖରିଫ ବର୍ଷ ପାଇଁ ଜିଲ୍ଲାରେ ୭୪୪୫୦ ଜଣ ଚାଷୀ ପେକ୍ସ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ ବିକ୍ରୟ କରିବା ପାଇଁ ପଞ୍ଜୀକରଣ କରିଛନ୍ତି ।

jittmm
Leave A Reply

Your email address will not be published.