jsm

କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ଜନସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଗଞ୍ଜାମବାସୀଙ୍କ ତରଫରୁ ପ୍ରତ୍ୟେକ ବର୍ଷ ବସ୍‌ ସେବାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାକୁ ଲାଗିରହି ଆସିଛି । ଶୁକ୍ରବାର ଦିନ ଗଞ୍ଜାମ ସହରବାସୀଙ୍କ ପକ୍ଷରୁ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହି ଅଧିକାରୀ ଅଭିନାଶ ମିଶ୍ରଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଦୀର୍ଘମାସ ହେବ ମୋ ବସ୍‌ ଯୋଜନା କାର୍ଯ୍ୟକାରୀ ହୋଇଛି । କିନ୍ତୁ ଗଞ୍ଜାମ ସହରବାସୀ ଏହି ସେବାରୁ ବଂଚିତ ଥିବା ଜଣାପଡିଛି । ବ୍ରହ୍ମପୁର ଠାରୁ ଗଞ୍ଜାମ ସହର ଦେଇ ରମ୍ଭା ପର୍ଯ୍ୟନ୍ତ ସିଟି ବସ୍‌ ଚଳାଚଳ ପାଇଁ ଲିଖିତ ଭାବେ ଜଣାଇଛନ୍ତି । ଖୁବ୍‌ ଶୀଘ୍ର ଜିଲ୍ଲା ଉଚ୍ଚ ପ୍ରଶାସନ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଇଓ ମିଶ୍ର ସୂଚନା ଦେଇଛନ୍ତି । ଦାବୀପତ୍ର ଦେବା ବେଳେ ବିଜେଡି ଏନ୍‌ଏସି ସଭାପତି ସୁଧୀର କୁମାର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ପୂର୍ବତନ ଏନ୍‌ଏସି ଉପାଧ୍ୟକ୍ଷ ନୀଳାଞ୍ଚଳ ବାରିକି, ଶଙ୍କର ସାହୁ, ଟୋନି ପଣ୍ଡା, ବିଜୟ କୁମାର ସାହୁ, ପପୁ ପଣ୍ଡା, ବିଦ୍ୟାଧର ସାହୁ, କୃଷ୍ଣ ଚନ୍ଦ୍ର ଦାସ, ବିଜେଡି ଯୁବନେତା ବିଭୁତି ପଲାଇ, କାର୍ତ୍ତିକ ତରାଇ ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.