ଟିକାବାଲି : ଜନୈକ ଉପଭୋକ୍ତାଙ୍କ ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡିଲେ ବିଦ୍ୟୁତ ବିଭାଗ ଲାଇନମ୍ୟାନ । ସୂଚନା ଅନୁଯାୟୀ, ଟିକାବାଲି ବିଦ୍ୟୁତ ସେକସନରେ ଲାଇନମ୍ୟାନ ଭାବେ କାର୍ଯ୍ୟ କରୁଥିବା କାଳୁ ଚରଣ ପୋଲାଇ ଜଣେ ତେଜରାତି ଦୋକାନୀଙ୍କ ଦୋକାନକୁ ନୂଆ ବିଦ୍ୟୁତ ସଂଯୋଗ ଦେବା ପାଇଁ ୫ହଜାର ଟଙ୍କା ଲାଞ୍ଚ ଦାବୀ କରିଥିଲେ । ଆଜି ଅଭିଯୋଗକାରୀଙ୍କ ଠାରୁ ସେ ଏହି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ବିଭାଗ କର୍ମଚାରୀ ତାଙ୍କୁ ଧରିଥିଲେ । ଅଭିଯୁକ୍ତ ପୋଲାଇଙ୍କୁ ଗିରଫ କରାଯିବା ସହ ତାଙ୍କର ଟିକାବାଲି ରାଜୀବ ନଗରରେ ଥିବା ଘରେ ଚଢ଼ାଉ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏ ନେଇ ବ୍ରହ୍ମପୁର ଭିତରକୁ ଥାନାରେ ୨୫/୨୨ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ଜଣାଯାଇଛି ।
Prev Post