jsm

ନୂଆପଡ଼ା ପାଇଁ ଗୌରବ ଆଣିଲେ ଜ୍ୟୋତ୍ସ୍ନାମୟୀ

csstore

ନୂଆପଡା, (ପୁସ୍ତମ ଯୁଆଡି) : ବାଳକ ଉଚ୍ଚ ବିଦ୍ୟାଳୟ ୟୁନିଟ-୯, ଭୁବନେଶ୍ୱରେ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଗତ ତା୧୪-୧୦-୨୦୨୨ରିଖରୁ ତା୧୬-୧୦-୨୦୨୨ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାିଛି । ଉକ୍ତ କାର୍ଯ୍ୟକ୍ରମରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶୁକ୍ଲିମୁଣ୍ଡିର ଛାତ୍ରୀ ଜ୍ୟୋତ୍ସ୍ନାମୟୀ ଦାସ ବକ୍ତୃତା ପ୍ରତିଯୋଗିତାରେ କନିଷ୍ଠ ବିଭାଗରେ ତୃତୀୟ ସ୍ଥାନ ଅଧିକାର କରି ଶିକ୍ଷା ସଚିବ ଏବଂ ଓସେପା ନିର୍ଦ୍ଦେଶକଙ୍କ କରକକମଳରୁ ପୁରସ୍କାର ପ୍ରାପ୍ତ କରି ନୂଆପଡ଼ା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଉକ୍ତ ଖବର ପାଇବା ପରେ ଜ୍ୟୋତ୍ସ୍ନାମୟୀଙ୍କୁ ଜିଲ୍ଲାର ବିଭିନ୍ନ ମହଲରୁ ପ୍ରଶଂସା କରାଯିବା ସହ ଶୁଭେଚ୍ଛାର ସୁଅ ଛୁଟୁଛି । ସେ ଭୁବନେଶ୍ୱରରୁ ଫେରିବା ପରେ ତାଙ୍କୁ ବିଦ୍ୟାଳୟରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ପାଛୋଟି ନେଇ ଯାଇଥିଲେ ।

yuvodaya
Leave A Reply

Your email address will not be published.