oom

ସରିଲା ଐତିହାସିକ କଟକ ବାଲିଯାତ୍ରା

jsmm

କଟକ : ଦୀର୍ଘ ୧୦ ଦିନ ଧରି ପ୍ରବଳ ଜନ ସମାଗମ ମଧ୍ୟରେ ଚାଲିଥିବା ଐତିହାସିକ କଟକ ବାଲିଯାତ୍ରା ଗତକାଲି ଶେଷ ହୋଇଛି । ଏଥିସହ ବ୍ୟବସାୟ ଓ ସ୍ୱତନ୍ତ୍ର ଆୟୋଜନ ବିଗତ ବର୍ଷଗୁଡ଼ିକର ରେକର୍ଡ ଭାଙ୍ଗିଛି । ରାଜ୍ୟ ସରକାରଙ୍କ ସହଯୋଗରେ ବାଲିଯାତ୍ରା ଏକ ନୂତନ କୀର୍ତ୍ତିସ୍ତମ୍ଭ ସ୍ଥାପନ କରିବାର ସୌଭାଗ୍ୟ ଅର୍ଜନ କରିଛି ।

କଟକ ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମ(ସିଏମ୍‌ସି) ମିଳିତ ଭାବେ ଆୟୋଜନ କରିଥିବା ଏହି ଐତିହାସିକ ପୃଷ୍ଠଭୂମିର ମହାନ୍‌ ପର୍ବକୁ ଶାନ୍ତି, ଶୃଙ୍ଖଳାର ସହ ପରିଚାଳନା କରିବାରେ କମିଶନରେଟ୍‌ ପୋଲିସ ଭୂମିକା ମଧ୍ୟ ଉଲ୍ଲେଖନୀୟ । ବାଲିଯାତ୍ରା ଅବସରରେ ରେକର୍ଡ ସଂଖ୍ୟକ କାଗଜ ଡଙ୍ଗା ତିଆରି କରି କଟକ ଗିନିଜ ୱାଲର୍‌ଡ ରେକଡର୍‌ସରେ ସ୍ଥାନ ପାଇବା ଯେତିକି ଗୌରବର ବିଷୟ, ସେହି ସମାନ ଦିନରେ ଭାରତର ପ୍ରଧାନମନ୍ତ୍ରୀ ବାଲିଦ୍ୱୀପରେ କଟକ ବାଲିଯାତ୍ରାର କଥା ଉଲ୍ଲେଖ କରି ଓଡ଼ିଶା ଓ ବାଲିର ସମ୍ପର୍କକୁ ଉଜ୍ଜୀବିତ କରିବା ଅଧିକ ସ୍ମରଣୀୟ ହୋଇପାରିଛି । ଯାହା କଟକବାସୀଙ୍କ ଆନନ୍ଦ ଓ ଗର୍ବକୁ ଦ୍ୱିଗୁଣିତ କରିପାରିଛି । ତେବେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ନାନା ରକମର ସାମଗ୍ରୀ ଧରି ବାଲିଯାତ୍ରାକୁ ରୋଜଗାର କରିବାର ଲକ୍ଷ୍ୟ ନେଇ ଆସିଥିବା ବ୍ୟବସାୟୀମାନେ ସରିବା ବେଳେ ଭଲ କାରବାର କରିଥାନ୍ତି, ଯାହା ଗୁରୁବାର ଦେଖିବାକୁ ମିଳିଛି।

୧୦ ଦିନରେ ମୋଟ ୨୦୦ କୋଟିର ବ୍ୟବସାୟ ହୋଇଛି । କେବଳ ଓରମାସ୍‌ ଷ୍ଟଲରେ ୨୫ କୋଟିରୁ ଅଧିକ ବ୍ୟବସାୟ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ଜଣାପଡିଛି ।

jittmm
Leave A Reply

Your email address will not be published.