କଟକ ବାଲିଯାତ୍ରାରେ କନ୍ଧମାଳ ହଳଦୀର ଚାହିଦା ଅଧିକ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ହଳଦୀର ଚାହିଦା ସାରା ବିଶ୍ୱରେ ରହିଛି । ଜୈବିକ ପଦ୍ଧତିରେ ଚାଷ ହୋଉଥିବା ଏହି ହଳଦୀ ବିଭିନ୍ନ ରୋଗକୁ ପ୍ରତିହତ କରୁଛି । ଫଳରେ ଏହା ଜି ଆଇ ଟ୍ୟାଗର ମାନ୍ୟତା ପାଇଥିବାରୁ ଏହାର ଚାହିଦା ଅଧିକ ରହିଥିବା କୁହାଯାଇଛି । ତେବେ ରାଜ୍ୟ ତଥା ରାଜ୍ୟ ବାହାରେ ଯେଉଁଠିବି ମେଳା ହୁଏ ସେଇଠି କନ୍ଧମାଳ ଜିଲା ପ୍ରସାଶନ ପକ୍ଷରୁ ହଳଦୀ ବିକ୍ରି ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସ୍ୱରୋଜଗାରକ୍ଷମ କରିବା ପାଇଁ ପ୍ରୋତ୍ସାହନ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡିର ଶୁଭଲକ୍ଷ୍ମୀ ଫୁଡ ଏଣ୍ଡ ସ୍ପାଇସେସ ପକ୍ଷରୁ କଟକ ବାଲିଯାତ୍ରା ପଡିଆରେ କନ୍ଧମାଳ ହଳଦୀର ଚାହିଦା ଅଧିକା ରହିଥିଲା ବୋଲି ମହିଳା ଗୋଷ୍ଠୀର ଝରଣା ସାହୁ କହିଛନ୍ତି । ଗୁରୁବାର ବାଲିଯାତ୍ରାର ଶେଷ ଦିନ ଥିବାରୁ ସର୍ବାଧିକ ବ୍ୟବସାୟ ହୋଇଥିବା ଅନୁମାନ କରାଯାଉଛି । ଏଥିସହ କନ୍ଧମାଳର ଅଦା, ମହୁ, ତେନ୍ତୁଳି, ମସଲା ଜାତୀୟ ସାମଗ୍ରୀ ସହ ସୋରିଷ, ଛତୁଆ, ମାଣ୍ଡିଆ ଚୁନା ଆଦିର ମଧ୍ୟ ଚାହିଦା ରହିଥିବା ଜଣାପଡିଛି ।

Leave A Reply

Your email address will not be published.