ମଦ ପିଇ ରାସ୍ତାରେ ଶିକ୍ଷକଙ୍କ ମାତାଲ ଭିଡିଓ ଭାଇରାଲ

ପାଟଣାଗଡ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକରେ କାର୍ଯ୍ୟରତ ଜଣେ ଶିକ୍ଷକ ସ୍କୁଲକୁ ଯାଉଥିବା ସମୟରେ ମଦ ପିଇ ରାସ୍ତାରେ ଗଡୁଥିବା ସହ କିଛି ଯୁବକ ଶିକ୍ଷକଙ୍କୁ ଉଠାଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ସୂଚନା ଅନୁସାରେ ଶିକ୍ଷକ ଜଣକ ହେଲେ କେରବେଡା ପଞ୍ଚାୟତ ବଲିଆଭଟା ଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଖଗେଶ୍ୱରର ବାରଲେବେଡିଆ । ସେ ଆଜି ସ୍କୁଲକୁ ଯାଉଥିବା ସମୟରେ ଯୋଗିମୁଣ୍ଡା ସ୍ଥିତି ଏକ ବେଆଇନ ବିଦେଶୀ ମଦ ଦୋକାନରୁ ପ୍ରଚୁର ମଦ ପିଇ ସ୍କୁଲ ଅଭିମୁଖେ ବାହାରିଥିଲେ । ଯିବା ବାଟରେ ଅତ୍ୟଧିକ ନିଶା ହେବାରୁ ନିଜ ବାଇକକୁ ରାସ୍ତା କଡ଼ରେ ଠିଆ କରି ରାସ୍ତାକଡ଼ରେ ଗଡିପଡ଼ି ନିଜେ ନିଜେ ବୋବାଲ କରୁଥିଲେ । ଏହାକୁ ଦେଖି ସେହି ରାସ୍ତାଦେଇ ଯାଉଥିବା କିଛି ଯୁବକ ତାଙ୍କୁ ଉଠାଇ ନିଜ ବାଇକରେ ବସାଉଥିବା ଏକ ଭିଡିଓ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଏହି ଶିକ୍ଷକ ଜଣକ ବାରମ୍ବାର ମଦପିଇ ସ୍କୁଲକୁ ଯା’ ଆସ କରନ୍ତି । ଯାହାକୁ ନେଇ ସ୍କୁଲ ପରିଚାଳନା କମିଟି ଓ ଅଭିଭାବକ ମାନେ ଅଭିଯୋଗ କରି ଆସୁଥିଲେ । ଏ ସମ୍ପର୍କରେ ଶିକ୍ଷକ ଶ୍ରୀ ବାରଲେବେଡିଆଙ୍କୁ ପଚରାଇବାରୁ ମୁଁ ୧ ତାରିଖରୁ ଛୁଟିରେ ଅଛି ବୋଲି କହି ସ୍କୁଲ ଡ୍ରେସ୍ ପିନ୍ଧି ମଦ ପିଇଥିବା କଥାକୁ ସ୍ୱୀକାର କରିଥିଲେ ।

Leave A Reply

Your email address will not be published.