
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ପୌରାଂଚଳ ଅନ୍ତର୍ଗତ ସ୍ଥାନୀୟ ଭାଗୀରଥୀ ଛକ୍କୁ ପରିଦର୍ଶନ କରିଛନ୍ତି ପୌରଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ଶ୍ରୀମତୀ ସାହୁ ପରିଦର୍ଶନ କରି ଭାଗୀରଥୀ ଛକର ଠାରେ ଜନସାଧାରଣଙ୍କ ଅସୁବିଧାକୁ ଆଖି ଆଗରେ ରଖି ଷ୍ଟ୍ରିଟ୍ ଲାଇଟର ବ୍ୟବସ୍ଥା କରିବା ସହ ଡ୍ରେନେଜ ବ୍ୟବସ୍ଥାର ଅତିଶୀଘ୍ର ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ । ଏହି ପରିଦର୍ଶନ ସମୟରେ ଶ୍ରୀମତୀ ସାହୁଙ୍କ ସହ ପୌରଦରିଷଦର ଅଧିକାରୀ ଓ ଏସ୍ଡିପିଓ ତୋଫାନ ବାଗ ଉପସ୍ଥିତ ଥିଲେ ।