କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ବନ୍ତଳା : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବଡ଼କେରା ପଞ୍ଚାୟତରେ ଥିବା ମାତେଳିଆ କେନାଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ଦଳବେହେରା ସାହିର ରୋହିତ ବେହେରା (୪୦ ବର୍ଷ) ବୋଲି ଜଣାପଡ଼ିଛି । ସୂଚନାନୁଯାୟୀ, ଦଳବେହେରା ସାହିର ରୋହିତ ବେହେରା ବୁଧବାର ରାତିରେ ଘରକୁ ଫେରି ନଥିଲେ । ଗୁରୁବାର ସକାଳେ ସାହିର କିଛି ଲୋକ ମାତେଳିଆ ନାଳକୁ ଗାଧୋଇବା ପାଇଁ ଯିବା ବେଳେ ରୋହିତଙ୍କ ମୃତଦେହ ଭାସୁଥିବା ଦେଖିଥିଲେ । ଏନେଇ ଖବର ପାଇବା ପରେ ରୋହିତଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ବନ୍ତଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ରୋହିତଙ୍କ ମୃତଦେହ ଉଦ୍ଧାର କରି ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.