୨ ବାଇକ ମୁହାଁମୁହିଁ ଧକ୍କା : ୧ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ରାଣୀମୁଣ୍ଡା ଗାଁରେ ୨ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଆହତ ହୋଇ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଖରିଆଡ ବ୍ଲକ ନିକଟସ୍ଥ କେନ୍ଦୁପାଟି ଗାଁର ଯାଜ୍ଞେଶ୍ୱର ବନଛୋର ଗତରାତିରେ କୌଣସି ଏକ ଘରୋଇ କାମରେ ନିଜ ଘର କେନ୍ଦୁପାଟିରୁ କିରନପୁର ଯାଉଥିବା ବେଳେ ରାଣୀମୁଣ୍ଡା ଗ୍ରାମରେ ସାମ୍ନାପଟରୁ ଆସୁଥିବା ଏକ ବାଇକ ସହ ଧକ୍କା ହୋଇଥିଲା । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଗୋଡ ଓ ହାତରେ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଖରିଆଡ ହସ୍‌ପିଟାଲକୁ ନେଇଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.