ବାଇକରୁ ଖସିପଡି ମହିଳା ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଭଇଁସା ମହାବିଦ୍ୟାଳୟ ସାମ୍ନାରେ ବାଇକରୁ ଖସିପଡି ଜଣେ ମହିଳା ଗୁରୁତର ହୋଇ ବୁର୍ଲାକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବେଲପଡା ବ୍ଲକ ବେହେରାମୁଣ୍ଡା ଗ୍ରାମର ବଳଦେବ ମାଝୀ ଓ ତାଙ୍କ ସ୍ତ୍ରୀ ବେଲମତୀ ମାଝୀ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରୁ ଚିକିତ୍ସିତ ହୋଇ ଘରକୁ ଫେରୁଥିବା ବେଳେ ଭଇଁସା ମହାବିଦ୍ୟାଳୟ ସାମ୍ନାରେ ଏକ ହମ୍ପସ୍‌ରେ ପିଟି ହୋଇ ବେଲମତୀ ବାଇକରୁ ପଡି ଯାଇଥିଲେ । ଫଳରେ ଆମ୍ବୁଲାନ୍ସ କର୍ମଚାରୀମାନେ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ଆଣିଥିଲେ । ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୀମଭୋଇ ମେଡିକାଲର ଡାକ୍ତର ବୁର୍ଲା ସ୍ଥାନାନ୍ତର କରିଥିବା ଜଣାପଡିଛି ।

Leave A Reply

Your email address will not be published.