ବିଜାଖମନ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝିଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ୧୮ ନମ୍ବର ୱାର୍ଡର ବିଜାଖମନ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ପରିଦର୍ଶନ ସମୟରେ ବିଜାଖମନରେ ନିର୍ମାଣାଧିନ ନୂତନ ପାର୍କର କାର୍ଯ୍ୟ ତଦାରଖ କରି ସ୍ଥାନୀୟ ଲୋକଙ୍କ ଅନୁରୋଧ କ୍ରମେ ସେଠାକାର ଡ୍ରେନେଜ ବ୍ୟବସ୍ଥା ଓ ବିଭିନ୍ନ ସମସ୍ୟା ଗୁଡିକ ଶୁଣିଥିବା ବେଳେ ସମସ୍ୟା ଗୁଡିକର ଶୀଘ୍ର ସମାଧାନ କରାଯିବା ନେଇ ପ୍ରତିଶୃତି ଦେଇଥିଲେ । ଏହି ସମୟରେ ଶ୍ରୀମତୀ ସାହୁଙ୍କ ସହ ୱାର୍ଡ ନଂ ୧୮ର କାଉନସିଲର ଗଙ୍ଗାଧର ଚାନ୍ଦ ଉପସ୍ଥିତ ଥିଲେ ।

Leave A Reply

Your email address will not be published.