ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ପୋଲିସ ପକ୍ଷରୁ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳର ବିଭିନ୍ନ ବ୍ୟାଙ୍କ ଶାଖା ଗୁଡିକକୁ ପହଂଚି ଗଞ୍ଜାମ ପୋଲିସ ଏସ.ପି ବ୍ରିଜେଶ ରାୟଙ୍କ ନିର୍ଦ୍ଧେଶ କ୍ରମେ ଗଞ୍ଜାମ ଥାନା ଅଧିକାରୀ ସନ୍ତୋଷ କୁମାର ବେହେରା ଏସ.ଆଇ ନାରାୟଣ କଅଁର ଓ ଟିମ ଗଞ୍ଜାମ ଷ୍ଟେଟ ବ୍ୟାଙ୍କରେ ପହଞ୍ଚି ସାଇବାର କ୍ରାଇମରେ କିପରି ରୋକ ଲଗାଯାଇ ପାରିବ ସେନେଇ ବ୍ୟାଙ୍କ ଶାଖା ଅଧିକାରୀ ଶିବାଶିଷ ଷଢଙ୍ଗୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ସିସିଟିଭି ଠାରୁ ଆରମ୍ଭ କରି ଟଙ୍କା ବାନ୍ଧିବା ଓ ଟଙ୍କା ଉଠାଣ ସିକ୍ୟୁରିଟି ଗାର୍ଡ ସହ ଆଲୋଚନା କରି ଲୋକଙ୍କ ଟଙ୍କା କିପରି ସୁରକ୍ଷିତ ରହିବ, ବରିଷ୍ଠ ନାଗରିକ ମାନେ କିପରି ଠକାମୀର ଶିକାର ନ ହେବେ ଏପରି ବିଭିନ୍ନ ବିଷୟ ସମ୍ପର୍କରେ ତର୍ଜମା କରିଥିଲେ । ଗଞ୍ଜାମ ଷ୍ଟେଟ ବ୍ୟାଙ୍କ ସହ କାନାଡା ବ୍ୟାଙ୍କ ଓ ଋଷିକୁଲ୍ୟା ଗ୍ରାମୀଣ ବ୍ୟାଙ୍କ ଗ୍ରସ୍ଥ କରି ବ୍ୟାଙ୍କ ଶାଖା ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଲୋକଙ୍କ ଅର୍ଥ ସୁରକ୍ଷା ସମ୍ପର୍କରେ ତଦାରଖ କରିଥିଲେ ।