ଜମ୍ମୁ-ପଠାନକୋଟ ଜାତୀୟ ରାଜପଥରେ ଦୁଇ ବସ୍ ମୁହାଁମୁହିଁ ଧକ୍କା : ୩ ମୃତ, ୧୭ ଆହତ

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରରେ ସଡ଼କ ଦୁର୍ଘଟଣା । ଦୁଇ ବସ୍ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା । ଜମ୍ମୁ-କାଶ୍ମୀର ସାମ୍ୱା ଜିଲ୍ଲା ଜମ୍ମୁ-ପଠାନକୋଟ ଜାତୀୟ ରାଜପଥ ନିକଟରେ ଗତ ବୁଧବାର ରାତିରେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଥିବା ଜଣାପଡ଼ିଛି ।

ଆହତଙ୍କ ମଧ୍ୟରେ ୧୩ ବର୍ଷର ନାବାଳିକା ରହିଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରୁ ୭ ଜଣ ଗୁରୁତର ଥିବା ବେଳେ ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସାମ୍ୱା ଜିଲ୍ଲା ଡାକ୍ତରଖାନାର ମେଡିକାଲ ଅଫିସର୍ ଡ. ଭାରତ ଭୂଷଣ ସୂଚନା ଦେଇଛନ୍ତି । ଦୋଦା ଓ ସାମ୍ୱା ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କ ମୃତ୍ୟୁରେ ଦୁଃଖପ୍ରକାଶ କରିଛନ୍ତି ଉପରାଜ୍ୟପାଳ ମନୋଜ ସିହ୍ନା । ଭାରତୀୟ ଯବାନ ଓ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ସଂସ୍ଥା ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅନେକ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି ।

Leave A Reply

Your email address will not be published.