ବାହାର ରାଜ୍ୟକୁ ଚାଲାଣ ବେଳେ ୬ ଦାଦନ ଶ୍ରମିକ ଉଦ୍ଧାର : ଦାଦନ ସର୍ଦ୍ଦାର ଫେରାର୍

ପାଟଣାଗଡ଼, (ଗୋରେଖନାଥ ବରିହା) : ବାହାର ରାଜ୍ୟକୁ ଚାଲାଣ ବେଳେ ୬ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ଜଣାପଡିଛି । ବେଆଇନ ଦାଦନ ଚାଲାଣ ହେଉଥିବା ସମୟରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ କଂସାପଲା ଛକ ନିକଟରେ ପୋଲିସ ଚଢାଉ କରିଥିଲା । ଏହି ସମୟରେ ୬ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ସୂଚନାନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ କଂସାପଲା ଛକ ନିକଟରୁ ଓଡି ୧୭ଏକ୍ସ ୫୬୨୬ ନମ୍ଵର ବିଶିଷ୍ଟ ଏକ ଅଟୋରୁ ୬ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଉଦ୍ଧାର ହୋଇଥିବା ଶ୍ରମିକମାନେ ବରଗଡ଼ ଜିଲ୍ଲା ବୁଡେନ୍ ଥାନା ଅନ୍ତର୍ଗତ ଡ଼ଙ୍ଗାଛଚା ଗ୍ରାମର ବୋଲି ଜଣାପଡ଼ିଛି । ଏମାନଙ୍କୁ ପାଟଣାଗଡ଼ ଥାନା ଅନ୍ତର୍ଗତ ଭାଲୁଦୋରୋ ଗ୍ରାମର ଦାଦନ ସର୍ଦ୍ଦାର ବୁଲୁ ଜାଲ ତେଲେଙ୍ଗାନା ରାଜ୍ୟ ପଇଦାପଲ୍ଲୀ ଅଞ୍ଚଳକୁ ଚାଲାଣ କରୁଥିଲା । ସେମାନଙ୍କୁ ଉଦ୍ଧାର କରି ଖପ୍ରାଖୋଲ ଥାନାକୁ ଅଣାଯାଇଥିଲା । ତେବେ ଦାଦନ ସର୍ଦ୍ଦାର ବୁଲୁ ଜାଲ ଏବେ ଫେରାର ଅଛି । ଏନେଇ ଖପ୍ରାଖୋଲ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଥାନାଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

error: Content is protected !!