oom

ନକଲି ଇଞ୍ଜିନ ଅଏଲ ଜବତ : ୫ ଅଟକ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ନକଲି ଇଞ୍ଜିନ ଅଏଲ ଜବତ କରିଛି ଗଞ୍ଜାମ ପୋଲିସ । ସୂଚନା ଅନୁସାରେ କୌଣସି ସୂତ୍ରରୁ ଗଞ୍ଜାମ ପୋଲିସ ଖବର ପାଇ ଆଇଆଇସି ସନ୍ତୋଷ କୁମାର ବେହେରାଙ୍କ ନେତୃତ୍ୱରେ ଏସ୍‌ଆଇ ଅଜିତ ପରିଡ଼ା, ନାରାୟଣ କହଁର, ମହିଳା ଏସ୍‌ଆଇ ସୁପ୍ରଭା ସାହୁ ପ୍ରମୁଖ ପୁଇଁତୋଳାଠାରୁ ଲକ୍ଷ୍ମୀପୁର ପର୍ଯ୍ୟନ୍ତ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଚା’ ପାନ ଦୋକାନ ଉପରେ ଚଢ଼ାଉ କରାଯାଇଥିଲା । ତେବେ ସେଠାରୁ ନକଲି ଇଞ୍ଜିନ ଅଏଲ ଭର୍ତ୍ତି ୫୦ରୁ ଅଧିକ ବାଲ୍‌ଟି ଜବତ କରାଯାଇଥିବା ବେଳେ ୫ ଦୋକାନୀଙ୍କୁ ଥାନାରେ ଅଟକ ରଖି ସେମାନଙ୍କ ନାମରେ କେସ୍‌ ନଂ ୨୦୪/୨୨ ମାମଲା ରୁଜୁ କରାଯାଇଥିବା ଆଇଆଇସି ସନ୍ତୋଷ କୁମାର ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପ୍ରକାଶ ଯୋଗ୍ୟ ଯେ, ଉକ୍ତ ନକଲି ଇଞ୍ଜିନ ଅଏଲ ଟ୍ରକ୍‌ କିମ୍ବା ବସ୍‌ରେ ପକାଇବା ପରେ କିଛି ଗାଡ଼ିି ଖରାପ ହୋଇଯାଇଥିଲା । ଫଳରେ ଏନେଇ ଗାଡ଼ିମାଲିକମାନେ ଟାଟା ଇଞ୍ଜିନ ଅଏଲ ଡିପୋରେ ପହଞ୍ଚି ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପ୍ରକୃତ ଇଞ୍ଜିନ ଅଏଲ ଡିପୋ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା । କେଉଁ ସ୍ଥାନରେ ଏହି ନକଲି ଜିନିଷ ବିକ୍ରି ହେଉଛି ଗାଡ଼ି ଡ୍ରାଇଭରମାନେ ଚିହ୍ନଟ କରିବା ପରେ ପ୍ରକୃତ ଘଟଣା ଜଣାପଡ଼ିଥିଲା ।

jittmm
Leave A Reply

Your email address will not be published.