centurian jitm

ସାମାଜିକ ଗଣମାଧ୍ୟମରେ ୯୫୦୦ ଆର୍‌ପିଏଫ୍ କନେଷ୍ଟବଳ ଏବଂ ଏଏସ୍‌ଆଇ ପଦବୀ ପାଇଁ ନକଲି ନିଯୁକ୍ତି ବିଜ୍ଞପ୍ତି ସମ୍ବନ୍ଧରେ ସ୍ପଷ୍ଟୀକରଣ

ଦିଲ୍ଲୀ, (ପିଆଇବି) : ରେଳ ସୁରକ୍ଷା ବଳ (ଆରପିଏଫ୍‌) ରେ ୯୫୦୦ କନେଷ୍ଟବଳ ତଥା ଆସିଷ୍ଟାଂଟ ସବ୍ ଇନ୍ସପେକ୍ଟର ପଦବୀରେ ନିଯୁକ୍ତି ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଏବଂ ଖବରକାଗଜରେ ଏକ ଭୁଲ୍ ଖବର ପ୍ରଚାର କରା ଯାଉଛି । ଏହା ଦ୍ୱାରା ସୂଚିତ କରା ଯାଉଛି ଯେ ଆରପିଏଫ୍ କିମ୍ବା ରେଳ ମନ୍ତ୍ରଣାଳୟ ସେମାନଙ୍କ ଅଫିସିଆଲ ୱେବସାଇଟ୍‌ରେ କିମ୍ବା କୌଣସି ମୁଦ୍ରଣ କିମ୍ବା ବୈଦ୍ୟୁତିକ ଗଣମାଧ୍ୟମରେ କୌଣସି ନିଯୁକ୍ତି ବିଜ୍ଞପ୍ତି ପ୍ରଦାନ କରି ନାହାନ୍ତି ।
ଏହା ପୁଣି ଥରେ ଦୋହରାଯାଉଛି ଯେ, ଖବରଟି ନକଲି ଏବଂ ସମସ୍ତ ପ୍ରତିଷ୍ଠିତ ଏବଂ ଦାୟିତ୍ୱବାନ ଗଣମାଧ୍ୟମ ଦ୍ୱାରା ଏହାକୁ ଅଣଦେଖା କରାଯିବା ଉଚିତ୍ ।

Leave A Reply

Your email address will not be published.