jayashree

କୋଲକାତା ଠାରେ ଓଡିଶା ଲଳିତ କଳା ଏକାଡେମୀ ଦ୍ୱାରା ଓଡିଶାର ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ

  • ଚିତ୍ରରେ ଓଡିଶାର କଳା ଓ ସଂସ୍କୃତିର ବିଭବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦର ମିଳିତ ସହଯୋଗରେ କୋଲକାତା ସ୍ଥିତ ଆଇ.ସି.ସି.ଆର. ଅବନୀନ୍ଦ୍ରନାଥ ଟାଗୋର ଆର୍ଟ ଗ୍ୟାଲେରୀରେ ଆୟୋଜିତ ହୋଇଛି ଓଡ଼ିଶାର ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ । ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ରୂପେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଉଦ୍‌ଘାଟନ କରି ଏହି ପ୍ରଦର୍ଶନୀ ଦ୍ୱାରା ଓଡ଼ିଶା ଓ କଲିକତାର ଆଧୁନିକ ଶିଳ୍ପୀମାନଙ୍କ ଭାବର ଆଦାନ ପ୍ରଦାନ ଆହୁରି ବଳିଷ୍ଠ ହେବ ବୋଲି ମତ ପ୍ରକାଶ କରିଥିଲେ । ଏହି ପ୍ରଦର୍ଶନୀରେ ସମ୍ମାନିତ ଅତିଥି ଭାବେ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ, ଓଡିଶା ଲଳିତ କଳା ଏକାଡେମୀର ସଭାପତି ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଯୋଗଦେଇଥିଲେ । ଆଇ.ସି.ସି.ଆର. କ୍ଷେତ୍ର ନିର୍ଦ୍ଦେଶକ ମିନାକ୍ଷୀ ମିଶ୍ର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ମନସ୍ୱିନୀ ସାହୁ ପ୍ରମୁଖ ଯୋଗଦେଇ ଶିଳ୍ପୀମାନଙ୍କ ସୃଜନଶୀଳ ଚିତ୍ରକଳାର ଭୁୟସୀ ପ୍ରଶଂସା କରିଥିଲେ । ପ୍ରଦର୍ଶନୀରେ ଓଡ଼ିଶାର ଖ୍ୟାତନାମା ବରିଷ୍ଠ ଓ ଯୁବ ଚିତ୍ରଶିଳ୍ପୀମାନଙ୍କ ଠାରୁ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ସଂଗୃହିତ ୪୦ଟି ଚିତ୍ର ସ୍ଥାନ ପାଇଛି । ଉତ୍ସବ ଅବସରରେ ଶିଳ୍ପୀମାନଙ୍କ ଚିତ୍ରକଳାକୁ ନେଇ ଏକ ରଙ୍ଗିନ କ୍ୟାଟେଲଗ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା । ପ୍ରଦର୍ଶିତ ହୋଇଥିବା ଚିତ୍ର ଗୁଡିକରେ ଶ୍ରୀଜଗନ୍ନାଥ ଓ ରଥଯାତ୍ରା, ନାରୀ ସ୍ୱାଧୀନତା, ଓଡ଼ିଶାର ସୁପ୍ରସିଦ୍ଧ ଧନୁଯାତ୍ରା, ଆଦିବାସୀ ସଂସ୍କୃତି ଓ କଳା, ଓଡ଼ିଶାର ଗ୍ରାମ୍ୟ ଜୀବନର ଦୃଶ୍ୟ ସହିତ ଅନେକ ସୃଜନଶୀଳ ଚିତ୍ରକଳା ସ୍ଥାନ ପାଇଛି । ଏହି ପ୍ରଦର୍ଶନୀ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଉଦ୍‌ଘାଟନୀ ଉତ୍ସବ ଓ ପ୍ରଦର୍ଶନୀକୁ ଓଡିଶା ଲଳିତ କଳା ଏକାଡେମୀର ସଚିବ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ସଂଚାଳନ କରିଥିଲେ । ପ୍ରଦର୍ଶନୀ ଅବସରେ କୋଲକାତାର ଅନେକ ବରିଷ୍ଠ ଓ ଯୁବଶିଳ୍ପୀ ତଥା କଳାପ୍ରେମୀ ଓ କଳା ସମୀକ୍ଷକ ଯୋଗ ଦେଇ ଓଡ଼ିଶାର ସମସାମୟିକ ଚିତ୍ରକଳାର ଭୂୟଶୀ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.