lika

କୁଲିଗାଁ ଆଶ୍ରମ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

gbag

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ କୁଳିଗାଁ ଆଶ୍ରମ ବିଦ୍ୟାଳୟ ପରିସର ମଧ୍ୟରେ ଜିଲ୍ଲାସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ, ନୂଆପଡା ତରଫରୁ ମଦନ ସୁନ୍ଦର ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଶିକ୍ଷକ ତିଳରାମ ମାଝୀଙ୍କୁ ବିଦାୟକାଳୀନ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ନନ୍ଦକିଶୋର ତାଣ୍ଡି ଜିଲ୍ଲା ମଙ୍ଗଳ ଅଧିକାରୀ ନୂଆପଡା ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିକ୍ଷା ନିରୀକ୍ଷକ ଉଦୟ ସିଂ ମାଝୀ, ବିଶିଷ୍ଟ ଅତିଥି ହିମାଂଶୁ ଶେଖର କୁମ୍ଭାର, ସହ ଜିଲ୍ଲା ମଙ୍ଗଳ ଅଧିକାରୀ ନୂଆପଡା, ସମ୍ମାନିତ ଅତିଥି ଭାବରେ ବ୍ଲକ ସମ୍ପ୍ରସାରଣ ଅଧିକାରୀ କ୍ଷଣ ପ୍ରଭା ପାଣିଗ୍ରାହୀ, ଖଡ଼ିଆଳ, ସୂର୍ଯ୍ୟକାନ୍ତ ଭୋଇ ସିନାପାଲି, ଶ୍ୟାମ ସୁନ୍ଦର ଧରୁଆ, କୋମନା ଓ ମଞ୍ଚାସୀନ ଅତିଥି ଭାବରେ ବିଶିଷ୍ଟ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ହୋତା, ବ୍ରଜ କିଶୋର ମିଶ୍ର, ରାମ ଚନ୍ଦ୍ର ସାହୁ ଓ ସୁଶୀଲ କୁମାର ପତି ଜିଲ୍ଲା ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ନିରୀକ୍ଷକ ସଂଘ, ନୂଆପଡା ପ୍ରମୁଖ ମଞ୍ଚାସୀନ ଥିଲେ । ଏଥିରେ ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ଶିକ୍ଷକ ରଜନୀକାନ୍ତ ଯୋଶୀ ଏବଂ ଉକ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଶ୍ୟାମ ସୁନ୍ଦର ମେହେର, ରତ୍ନାକର ଠେଲା, ଲତିକା ମଞ୍ଜୁରୀ ରାଉତ, ଶୁଭକର ମାଝୀ ଓ ଶେଷରେ କୁଲିଗାଁ ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପୀତବାସ ଜଗତ ଧନ୍ୟବାଦ ଅର୍ପଣ କରିଥିଲେ ।

babaa
Leave A Reply

Your email address will not be published.