jsm

ଆମ୍ବଦର୍ହ ଗାଁରେ ପ୍ରାଣୀ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ

csstore

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଘୁଚେପାଲି ପଞ୍ଚାୟତ ଆମ୍ବଦର୍ହ ଗାଁରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ଏକ ପ୍ରାଣୀ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ଼ ଗୋଷ୍ଠୀ ପ୍ରାଣୀ ସମ୍ପଦ ବିକାଶ ବିଭାଗ ବିଭିଓ ଡ଼. ଅନିଳ କୁମାର ମେହେରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଶିବିରରେ ଡ଼. ହିମାଂଶୁ କୁମାର ମିଶ୍ର, ଡ଼. ଭାସ୍କର କୁମାର ମିଶ୍ର, ଭିଟି ଗୋପାଳ ଭୂଏ ଏବଂ ଆସିଣ୍ଟାଣ୍ଡ ପ୍ରଦୀପ କୁମାର ତାଣ୍ଡି ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ପ୍ରାଣୀ ସ୍ୱାସ୍ଥ୍ୟ ଚିକିତ୍ସା ଶିବିରରେ ଶତାଧିକ ଗାଈ ଗୋରୁ, ଛେଳି, ମେଣ୍ଢା, ମଇଁଷି, ପୋଢଙ୍କୁ ଚିକିତ୍ସିତ କରିବା ସହ ଗାଈ ଗୋରୁ ପାଳନ ଚାଷୀମାନଙ୍କୁ ବିଭିନ୍ନ ରୋଗର ଲକ୍ଷଣ ଜଣାଇବା ପରେ ନିରାକରଣ ପାଇଁ ଔଷଧ ସହ ଟିକା ଦିଆଯାଇଥିବା ବେଳେ ଚାଷୀମାନଙ୍କୁ ରୋଗ ଲକ୍ଷଣ ଓ ନିରାକରଣ ଉପରେ ସଚେତନ କରାଯାଇଥିଲା ।

yuvodaya
Leave A Reply

Your email address will not be published.