lika

କର୍ଲାମୁଣ୍ଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ

gbag

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସ୍ଥାନୀୟ ଚିନାଭାଡି ପଡିଆ ଠାରେ ଲକ୍ଷ୍ମୀନାରାୟଣ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ କର୍ଲାମୁଣ୍ଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ରବିବାର ପଞ୍ଚମ ଦିବସ ମ୍ୟାଚ୍‌ରେ କର୍ଲାମୁଣ୍ଡା ଓ ଜାମଖୁଣ୍ଟା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଜାମଖୁଣ୍ଟା ଦଳ ନିର୍ଦ୍ଧାରିତ ସମୟ ମଧ୍ୟରେ ୫-୦ ଗୋଲ ଦେଇ ବିଜୟୀ ହୋଇଥିଲୋ । ମ୍ୟାଚ୍‌କୁ ସନ୍ଦୀପ ତରେଇ, ପିଣ୍ଟୁ ଚନ୍ଦନ, ରାଜେଶ କୁମାର ଓ ବିନୋଦ ହେର୍ନା ପରିଚାଳନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ତୁଣ୍ଡଳା ସରପଞ୍ଚ ସରୋଜ ସେଠ, ସ୍ୱତନ୍ତ୍ର ଅତିଥି ଭାବେ କେସିଙ୍ଗା ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ପ୍ରକାଶ ଭୋଇ, ତୁଷାର ମେଡ଼ିକାଲ ଷ୍ଟୋର ମାଲିକ ତଥା ସମାଜସେବୀ ଅମୂଲ୍ୟ କୁମାର ଦାସ, ସାମ୍ବାଦିକ ପ୍ରଦୀପ କୁମାର ସାହୁ, ଆୟୋଜକ ଅନୁଷ୍ଠାନର ସଭାପତି ନନ୍ଦି କିଶୋର ଭୋଇ, ସମ୍ପାଦକ ଡୋଲାମଣୀ ଭୋଇ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ତେବେ ସୋମବାର ଦିନ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ଟି ଜାମଖୁଣ୍ଟା ଓ ପାଟଣାଗଡ଼ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ସୂଚନା ମିଳିଛି । ଅନ୍ୟମାନଙ୍କ ମଧ୍ୟରେ ଟୁର୍ଣ୍ଣାମେଣ୍ଟର ମ୍ୟାନେଜର ଦୁର୍ଲ୍ଲଭ ମେହେର, ଉପସଭାପତି ମୁକେଶ ସାହୁ ଓ ନୀଳ ମାଧବ ଭୋଇ, ବିରେନ୍ଦ୍ର ସାହୁ, ବୀରୁ ସାହୁ, ନମିତ ସୁନା, ମଣୀ ମେହେର, ସୌମ୍ୟ ବ୍ରତ ବଗର୍ତ୍ତି, ସିତୁ ସାହୁ, ଜିତ ସାହୁ, ରାଜା ସାହୁ, ଅଜିତ ସାହୁ, ଟୁନା ସାହୁ, ବବୁଲୁ ସାହୁ, ତପନ ଛତ୍ରିଆ ସହଯୋଗ କରିଥିବା ବେଳେ ଅଭିମନ୍ୟୁ ନନ୍ଦ ଧାରା ବିବରଣୀ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.