lika

ସିଆର୍‌ପିଏଫ୍‌ ଗୃପ ସେଣ୍ଟର ସମ୍ବଲପୁର ତରଫରୁ ବିଶାଳ ବାଇକ ର‍୍ୟାଲି କାର୍ଯ୍ୟକ୍ରମ ଅନୁଷ୍ଠିତ

gbag

ବରଗଡ, (ନିରୋଜ କୁମାର ପାଣୀ) : ସ୍ୱାଧୀନତା ସଂଗ୍ରାମୀ ତଥା ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ଲୌହ ପୁରୁଷ ସର୍ଦାର ବଲ୍ଲବ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ୩୧ ଅକ୍ଟୋବରକୁ ସାରା ଭାରତରେ “ରାଷ୍ଟ୍ରୀୟ ଏକତା ଦିବସ” ଭାବରେ ପାଳନ କରାଯାଏ । ଏହି ଅବସରରେ “କେନ୍ଦ୍ରୀୟ ରିଜର୍ଭ ପୁଲିସ ବଲ” ଗୃପ ସେଣ୍ଟର ସମ୍ବଲପୁର ତରଫରୁ ସପ୍ତାହ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି । ଆଜି ସକାଳ ୭ଟାରେ ସିଆର୍‌ପିଏଫ୍‌ ଗୃପ ସେଣ୍ଟର ସମ୍ବଲପୁର ତରଫରୁ ଗୋଶାଳାରୁ ବରଗଡ ପର୍ଯ୍ୟନ୍ତ ବିଶାଳ ବାଇକ ର‍୍ୟାଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଲାଲଚନ୍ଦ ଯାଦବ ପୁଲିସ ଉପମହାନିରୀକ୍ଷକଙ୍କ ତତ୍ୱାବଧାନରେ ପର୍ଶୁରାମ କୁଣ୍ଡା ଉପକମାଣ୍ଡାଣ୍ଟ, ଭଗବାନ ସାହୁ ଓ ସୁଶାନ୍ତ ସାହୁ ସହାୟକ କମାଣ୍ଡାଣ୍ଟଙ୍କ ପରିଚାଳନାରେ ଗାନ୍ଧୀ ଛକରେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଦେବା ପରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମାରେ ପୁଷ୍ପାଞ୍ଜଳି ଦିଆଯାଇଥିଲା । ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ତରଫରୁ ବରଗଡ଼ ଗାନ୍ଧୀ ଛକରେ ବାଇକ ର‍୍ୟାଲିକୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟଙ୍କ ସହିତ ସଂକଳ୍ପ ପରିବାର, ପଶ୍ଚିମ ଓଡିଶା ଯୁବାମଞ୍ଚ, କୋଶଲ ସେନା, କୋଶଲ ଏକାଡେମୀ, ବରଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ଏବଂ ବରଗଡ଼ ସହରର ଶତାଧିକ ଯୁବକ ଯୁବତୀ ତଥା ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଏହି ଅବସରରେ ସିଆର୍‌ପିଏଫ୍‌ ତରଫରୁ ପ୍ରତେକ ଦେଶବାସୀଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସଚ୍ଚୋଟତାର ସହିତ ନିଜର କର୍ତ୍ତବ୍ୟ କରି ରାଷ୍ଟ୍ରକୁ ଏକତାର ସୂତ୍ରରେ ବାନ୍ଧି ରଖିବାକୁ ଆହ୍ୱାନ କରାଯାଇଥିଲା ।

babaa
Leave A Reply

Your email address will not be published.