ଭୁବନେଶ୍ୱର : ରାଜ୍ୟ ସରକାର ହାଇସିକ୍ୟୁରିଟି ରେଜିଷ୍ଟ୍ରସନ ନଂ ପ୍ଲେଟ ଅବଧି ବଢାଇଛନ୍ତି । ୧, ୨, ୩, ୪ ଗାଡିର ଶେଷ ନଂ ଥିଲେ ନଭେମ୍ବର ୩୦ ତାରିଖକୁ ଏହାର ଅବଧି ବଢାଯାଇଛି । ସେହିପରି ୫, ୬ ନମ୍ବର ଥିଲେ ଏହାର ଅବଧି ଡିସେମ୍ବର ୩୧ ତାରିଖକୁ ବଢାଯାଇଛି । ଗାଡିର ଶେଷ ନଂ ୭ ଓ ୮ ଥିଲେ ୨୦୨୩ ଜାନୁଆରୀ ୩୧ ତାରିଖକୁ ବଢାଯାଇଛି । ୯ ଓ ୦ ଥିଲେ ୨୦୨୩ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ଅବଧି ବଢାଯାଇଛି ବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।