କାତାରଅମୀର ମହାମହିମ ଅମିର ତମିମ ବିନ ହମଦ ଅଲ ଥାନିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କାତାର ଅମୀର ମହାମହିମ ଅମିର ତମିମ ବିନ ହମଦ ଅଲ ଥାନିଙ୍କ ସହ ଆଲୋଚନା କରିଛନ୍ତି ଓ ସହୃଦୟ ଦୀପାବଳି ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି । କାତାରରେ ଫିଫା ବିଶ୍ୱକପର ସଫଳ ଆୟୋଜନ ପାଇଁ ଶ୍ରୀ ମୋଦୀ ଏହି ଅବସରରେ ଶୁଭକାମନା ଜଣାଇଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ;
“ମହାମହିମ କାତାର ଅମୀର @TamimBinHamadଙ୍କ ସହ ବାର୍ତ୍ତାଳାପ ସନ୍ତୋଷଜନକ ଥିଲା । ସହୃଦୟ ଦୀପାବଳି ଶୁଭେଚ୍ଛା ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଲି ଓ କାତାରରେ @FIFAWorldCupର ସଫଳ ଆୟୋଜନ ପାଇଁ ଶୁଭକାମନା ଜଣାଇଲି । ୨୦୨୩ରେ ଭାରତ- କାତାର କୂଟନୈତିକ ସମ୍ପର୍କର ୫୦ ବର୍ଷ ପୂର୍ତ୍ତି ମିଳିତ ଭାବେ ପାଳନ କରିବାକୁ ଉଭୟେ ସହମତ ହେଲୁ ।”

Leave A Reply

Your email address will not be published.

error: Content is protected !!