କେନ୍ଦ୍ର ସରକାରଙ୍କ ନିରନ୍ତର ଅନୁଧ୍ୟାନ ଏବଂ ନୀତିଗତ ନିର୍ଣ୍ଣୟର ମିଳିଲା ସୁଫଳ : ଦେଶରେ ସ୍ଥିର ହେଲା ଡାଲି ଓ ପିଆଜ ଦର
● ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପାଖରେ ୪୩.୮୨ ଲକ୍ଷ ଟନ୍ ଡାଲିର ବଫର ଷ୍ଟକ୍ ଗଚ୍ଛିତ ରହିଛି
● ଉପଲବ୍ଧ ଷ୍ଟକରୁ ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ବିତରଣ ଲାଗି ରାଜ୍ୟମାନଙ୍କୁ କିଲୋ ପ୍ରତି ୮ ଟଙ୍କା ରିହାତି ଦରରେ ଚଣା ଆବଣ୍ଟନ କରାଯାଇଛି
ନୂଆଦିଲ୍ଲୀ, (ପିଆଇବି) : ଖାଦ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧିକୁ ସ୍ଥିର ରଖିବା ଲାଗି ଭାରତ ସରକାର ନିରନ୍ତର ଅନୁଧ୍ୟାନ ସହିତ ବିଭିନ୍ନ ନୀତିଗତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି କାରଣରୁ ଦେଶରେ ପିଆଜ ଓ ଡାଲି ଦର ସ୍ଥିର ରହିଛି । କେନ୍ଦ୍ର ସରକାର ଲଗାତାର ଭାବେ ଆମଦାନୀକାରୀ, ଗବେଷଣା ଏଜେନ୍ସି, ବ୍ୟବସାୟିକ ସଂଗଠନ ଆଦି ସହ ଆଲୋଚନା ଜରିଆରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଉତ୍ପାଦନ, ଆମଦାନୀ, ରପ୍ତାନି ଏବଂ ଉପଲବ୍ଧତା ଉପରେ ଦୃଷ୍ଟି ରଖି ଆସିଛନ୍ତି । ଗୁରୁବାର ଦିନ ନୂଆଦିଲ୍ଲୀ ଠାରେ ଗଣମାଧ୍ୟମକୁ ସମ୍ବୋଧିତ କରି କେନ୍ଦ୍ର ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ରୋହିତ କୁମାର ସିଂ ଏହା କହିଛନ୍ତି ।
● ଅତ୍ୟାବଶ୍ୟକ ସାମଗ୍ରୀର ଉତ୍ପାଦନ, ଆମଦାନୀ, ରପ୍ତାନି ଏବଂ ଉପଲବ୍ଧତା ଉପରେ କେନ୍ଦ୍ର ସରକାର ତୀକ୍ଷ୍ଣ ଦୃଷ୍ଟି ରଖି ଆସିଛନ୍ତି।
● ଆମଦାନୀ କରାଯାଇଥିବା ୧.୦୦ ଲକ୍ଷ ଟନ ହରଡ଼ ଏବଂ ୫୦,୦୦୦ ଟନ ବିରି ସଂଗ୍ରହ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର
● ୩୧.୦୩.୨୦୨୩ ପର୍ଯ୍ୟନ୍ତ ହରଡ଼ ଏବଂ ବିରି ଆମଦାନୀକୁ ‘ମୁକ୍ତ ବର୍ଗ’ରେ ରଖାଯାଇଛି ।
● ମସୁର ଉପରେ ମୂଳ ଆମଦାନୀ ଶୁଳ୍କକୁ ୨୭ ଜୁଲାଇ ୨୦୨୧ ପରଠାରୁ ଶୂନ୍ୟସ୍ତରକୁ ଖସାଇ ଦିଆଯାଇଛି । ଅନ୍ୟପଟେ ୧୩ ଫେବୃଆରୀ ୨୦୨୨ ଠାରୁ ୩୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଲାଗୁ ହୋଇଥିବା ଶୂନ୍ୟ କୃଷି ଭିତ୍ତିଭୂମି ଓ ବିକାଶ ସେସକୁ ମଧ୍ୟ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ରବି ଋତୁ ୨୦୨୨ ଅମଳ ଅବଧି ସମୟରେ କେନ୍ଦ୍ର ସରକାର ୨.୫୦ ଲକ୍ଷ ମେଟ୍ରିକ ଟନ ପିଆଜ ଗଚ୍ଛିତ ରଖିବା ଲାଗି ବଫର ଷ୍ଟକ ପ୍ରସ୍ତୁତ କରିଛନ୍ତି ।
ବଫର ଷ୍ଟକ୍ ପରିମାଣକୁ ଆହୁରି ବଢ଼ାଇବା ଲାଗି କେନ୍ଦ୍ର ସରକାର ଆମଦାନୀ କରାଯାଇଥିବା ୧.୦୦ ଲକ୍ଷ ଟନ ହରଡ଼ ଏବଂ ୫୦,୦୦୦ ଟନ ବିରି ସଂଗ୍ରହ ଆରମ୍ଭ କରିଛନ୍ତି । ବର୍ତ୍ତମାନ ପିଏସଏଫ ଏବଂ ପିଏସଏସ ଅଧୀନରେ କେନ୍ଦ୍ର ସରକାରଙ୍କ ପାଖରେ ୪୩.୮୨ ଲକ୍ଷ ଟନ୍ ବିଭିନ୍ନ ଡାଲିର ଷ୍ଟକ୍ ଉପଲବ୍ଧ ରହିଛି । ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ବିତରଣ ଲାଗି କେନ୍ଦ୍ର ସରକାର ଉପଲବ୍ଧ ଷ୍ଟକରୁ କିଲୋପ୍ରତି ୮ ଟଙ୍କାର ରିହାତି ଦରରେ ଚଣା ରାଜ୍ୟମାନଙ୍କୁ ଆବଣ୍ଟନ କରିଛନ୍ତି ।
ସୁଗମ ଏବଂ ବାଧାମୁକ୍ତ ଆମଦାନୀ ଜରିଆରେ ଦେଶରେ ଡାଲି ଉପଲବ୍ଧତା ବଢ଼ାଇବା ଲାଗି କେନ୍ଦ୍ର ସରକାର ହରଡ଼ ଓ ବିରିର ଆମଦାନୀକୁ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ମୁକ୍ତ ବର୍ଗରେ ରଖିଛନ୍ତି । ଅନ୍ୟପଟେ ୧୩ ଫେବୃଆରୀ ୨୦୨୨ ଠାରୁ ୩୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଲାଗୁ ହୋଇଥିବା ଶୂନ୍ୟ କୃଷି ଭିତ୍ତିଭୂମି ଓ ବିକାଶ ସେସକୁ ମଧ୍ୟ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ରବି ଋତୁ ୨୦୨୨ ଅମଳ ଅବଧି ସମୟରେ କେନ୍ଦ୍ର ସରକାର ୨.୫୦ ଲକ୍ଷ ମେଟ୍ରିକ ଟନ ପିଆଜ ଗଚ୍ଛିତ ରଖିବା ଲାଗି ବଫର ଷ୍ଟକ ପ୍ରସ୍ତୁତ କରିଛନ୍ତି ।
ଅତ୍ୟାବଶ୍ୟକ ସାମଗ୍ରୀ ଆଇନ, ୧୯୫୫ର ଧାରା ୩(୨)(ଏଚ) ଏବଂ ୩(୨)(ଆଇ) ଅଧୀନରେ ଅଂଶୀଦାରମାନଙ୍କ ଦ୍ବାରା ଗଚ୍ଛିତ ହରଡ଼ର ଷ୍ଟକ୍ ସମ୍ପର୍କରେ ସୂଚନା ଦେବା ଏବଂ ଷ୍ଟକର ଅନୁଧ୍ୟାନ ଓ ଯାଞ୍ଚ କରିବା ଲାଗି କେନ୍ଦ୍ର ସରକାରଙ୍କ ଉପଭୋକ୍ତା ବ୍ୟାପାର ବିଭାଗ ୧୨ ଅଗଷ୍ଟ ୨୦୨୨ରେ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଥିଲେ ।
ପିଆଜର ଖୁଚୁରା ଦରକୁ ସ୍ଥିର ରଖିବା ଲାଗି ୨୦୨୨ ରବି ଋତୁରେ କେନ୍ଦ୍ର ସରକାର ୨.୫୦ ଲକ୍ଷ ମେଟ୍ରିକ ଟନ ପିଆଜ ଗଚ୍ଛିତ ରଖିବା ଲାଗି ବଫର ଷ୍ଟକ ପ୍ରସ୍ତୁତ କରିଛନ୍ତି । ଜାତୀୟ ପିଆଜ ବଫର ଷ୍ଟକରୁ ଏବେ ସୁଦ୍ଧା ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ୫୪ ହଜାର ଟନ ପିଆଜ ଯୋଗାଇ ଦିଆଯାଇଛି । ପିଆଜ ମୂଲ୍ୟ ବୃଦ୍ଧିକୁ ରୋକିବା ଲାଗି କେନ୍ଦ୍ର ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । କେବଳ ସେତିକି ନୁହେଁ ପିଆଜର ଖୁଚୁରା ଦରକୁ ସ୍ଥିର ରଖିବା ଲାଗି କେନ୍ଦ୍ରୀୟ ବଫର ଷ୍ଟକରୁ କୁଇଣ୍ଟାଲ ପ୍ରତି ୮୦୦ ଟଙ୍କାରେ ପିଆଜ ଉଠାଇବା ଲାଗି ସବୁ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ, ସଫଳ, ଏନସିସିଏଫ, ମଦର ଡାଏରୀ ଓ କେନ୍ଦ୍ରୀୟ ଭଣ୍ଡାରକୁ ପ୍ରସ୍ତାବ ଦେଇଛନ୍ତି ।
କେନ୍ଦ୍ର ସରକାରଙ୍କ ନିରନ୍ତର ଅନୁଧ୍ୟାନ ଏବଂ ନୀତିଗତ ନିଷ୍ପତ୍ତି କାରଣରୁ ପ୍ରମୁଖ ଡାଲିଗୁଡ଼ିକର ସର୍ବଭାରତୀୟ ଖୁଚୁରା ମୂଲ୍ୟ ଚଳିତ ବର୍ଷ ଆରମ୍ଭରୁ ସ୍ଥିର ରହିଛି । ତେବେ ସ୍ବାଭାବିକ ଋତୁଗତ ଦରବୃଦ୍ଧି ଦେଖିବାକୁ ମିଳିଛି । ଗତ ମାସରେ ଚଣା ଡାଲି ଓ ମସୁର ଡାଲିର ସର୍ବଭାରତୀୟ ହାରାହାରୀ ଦର ସାମାନ୍ୟ ହ୍ରାସ ପାଇଛି । ହରଡ଼, ବିରି ଓ ମୁଗ ଡାଲିର ସର୍ବଭାରତୀୟ ହାରାହାରୀ ଦର ସମାନ ଅବଧିରେ କେବଳ ଋତୁଗତ ଦରବୃଦ୍ଧିକୁ ଛାଡ଼ି ପ୍ରାୟତଃ ସ୍ଥିର ରହିଛି । ଅନ୍ୟପଟେ ଗତ ବର୍ଷ ତୁଳନାରେ ପିଆଜର ହାରାହାରୀ ଖୁଚୁର ଦର ୨୮% ହ୍ରାସ ପାଇଛି । ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ଲାଗି ଗଠିତ ଆନ୍ତଃ ମନ୍ତ୍ରଣାଳୟ ସମିତି ଏବଂ ସଚିବମାନଙ୍କର ସମିତି ନିୟମିତ ଦର ସମୀକ୍ଷା କରିବା ସହିତ ଆବଶ୍ୟକ ପଦକ୍ଷେପ ଏବଂ ନୀତିଗତ ହସ୍ତକ୍ଷେପ ପାଇଁ ସୁପାରିସ କରୁଛନ୍ତି । ଏହାଛଡ଼ା ସରକାର ଏକ ମୂଲ୍ୟ ସ୍ଥିରତା ପାଣ୍ଠି (ପିଏସଏଫ) ଗଠନ କରିଛନ୍ତି । ଡାଲି, ପିଆଜ ଓ ଆଳୁର ଅତ୍ୟାବଶ୍ୟକ ସାମଗ୍ରୀ ଦରରେ ଅସ୍ଥିରତାକୁ ନିୟନ୍ତ୍ରଣ କରିବା ସହିତ ଉପଭୋକ୍ତାଙ୍କ ହିତ ରକ୍ଷା ପାଇଁ ସିଧାସଳଖ କୃଷି ଭଣ୍ଡାର/ମଣ୍ଡିରୁ କୃଷି ଉତ୍ପାଦ କ୍ରୟକୁ ସରକାର ପ୍ରୋତ୍ସାହିତ କରୁଛନ୍ତି । ବେଆଇନ ଭାବେ ଖାଦ୍ୟ ସାମଗ୍ରୀ ଗଚ୍ଛିତ କରି ରଖୁତିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ମଧ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।
ଭାରତ ସରକାରଙ୍କ ଉପଭୋକ୍ତ ବ୍ୟାପାର ବିଭାଗ, ଶସ୍ୟ, ଡାଲି, ଖାଇବା ତେଲ, ପନିପରିବା ଆଦି ୨୨ଟି ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଉପରେ ଦୃଷ୍ଟି ରଖିଛନ୍ତି । ୧୭ ଅକ୍ଟୋବର ୨୦୨୨ରେ ଅନୁଷ୍ଠିତ ପିଏମ-କିଷାନ ସମ୍ମାନ ସମ୍ମେଳନ ଅବସରରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଡାଲି ଉତ୍ପାଦନ ୭୦% ବୃଦ୍ଧି ପାଇବାକୁ ନେଇ ଖୁସି ବ୍ୟକ୍ତ କରିବା ସହିତ ଏଥିପାଇଁ ଚାଷୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏଥିପୂର୍ବରୁ ୨୦୧୫ରେ ପ୍ରଧାନମନ୍ତ୍ରୀ ଡାଲି ଉତ୍ପାଦନ ବଢ଼ାଇବା ଲାଗି ଚାଷୀମାନଙ୍କୁ ଆହ୍ବାନ କରିଥିଲେ । ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ କୃଷି କ୍ଷେତ୍ରକୁ ଆକର୍ଷଣୀୟ କରିବା ଲାଗି ପ୍ରଧାନମନ୍ତ୍ରୀ ଏହି ଅବସରରେ ଚାଷୀ ଓ ଷ୍ଟାର୍ଟଅପମାନଙ୍କୁ ଆହ୍ବାନ କରିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ଭାଷଣର ସବିଶେଷ ବିବରଣୀ ପାଇଁ ନିମ୍ନ ଲିଙ୍କରେ କ୍ଲିକ୍ କରନ୍ତୁ
https://pib.gov.in/PressReleasePage.aspx?PRID=1868515
ଦେଖିବା ଲାଗି କ୍ଲିକ୍ କରନ୍ତୁ: https://t.co/kYkcDqG4OR
ଏଥିପୂର୍ବରୁ ଚଳିତ ସପ୍ତାହରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଏକ ଚାଷୀ ଅନୁକୂଳ ପଦକ୍ଷେପ ଗ୍ରହଣ କରିଥିଲେ ।
୨୦୨୩-୨୪ ରବି ବିପଣନ ଋତୁ ପାଇଁ ନିର୍ଦ୍ଧାରିତ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।
କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ଜାଣିବା ଲାଗି ନିମ୍ନ ଲିଙ୍କରେ କ୍ଲିକ କରନ୍ତୁ
: https://pib.gov.in/PressReleasePage.aspx?PRID=1868760
https://t.co/uYeXRAKXVt