ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ସାଉରିଆ ପଞ୍ଚାୟତ ଅନ୍ତର୍ଗତ ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଶିଶୁ ମହୋତ୍ସବ ସୁରଭି- ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଘୋରଡିଆ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଆଞ୍ଚଳିକ ସାଧନ କେନ୍ଦ୍ର ଆନୁକୂଲ୍ୟରେ ଆୟୋଜିତ ଏହି ସୁରଭି କାର୍ଯ୍ୟକ୍ରମରେ ସମୁଦାୟ ୯ ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ସେମାନଙ୍କ ପ୍ରତିଭାର ପରିପ୍ରକାଶ କରିଥିଲେ । ପିଲାମାନଙ୍କ ପ୍ରତିଭା ପ୍ରତିପାଦନ କରିବାର ସୁରଭି ହେଉଛି ପ୍ରକୃତ ପ୍ଲାଟଫର୍ମ ବୋଲି ଆମନ୍ତ୍ରିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ଦାଶଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ପ୍ରାକ୍ତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ବରାଳ, ସାଉରିଆ ପଞ୍ଚାୟତ ସରପଞ୍ଚ ପ୍ରଭାତୀ ବେହେରା, ସମିତି ସଭ୍ୟା ଅନ୍ନପୂର୍ଣ୍ଣା ରଣଜିତ୍, ଅବସରପ୍ରାପ୍ତ ବରିଷ୍ଠ କର୍ମଚାରୀ ମହେନ୍ଦ୍ର ଶ୍ରୀଚନ୍ଦନ, ପ୍ରାକ୍ତନ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସାମନ୍ତରାୟ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବୀରେନ୍ଦ୍ର ନାରାୟଣ ରଣଜିତ୍ ଓ ଉପସଭାନେତ୍ରୀ ଗୀତାରାଣୀ ରଣଜିତ୍ ପ୍ରମୁଖ ଯୋଗଦେଇ ପ୍ରଦୀପ ଜାଳି ସୁରଭି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସାରାଦିନ ଛାତ୍ରଛାତ୍ରୀମାନେ ସେମାନଙ୍କ ବିଭିନ୍ନ ପ୍ରତିଭା ପ୍ରତିପାଦନ କରିବା ପାଇଁ କୌଶଳ ପ୍ରଦର୍ଶନ କରିବା ସହ ବରିଷ୍ଠ ଓ କନିଷ୍ଠ ବର୍ଗରେ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ବକ୍ତୃତା, କୁଇଜ୍, ସଙ୍ଗୀତ, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ଦାଶ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ସହକାରୀ ଶିକ୍ଷକ ଗୋବର୍ଦ୍ଧନ ବରାଳ, ହିନ୍ଦୀ ଶିକ୍ଷକ ସୁରେନ୍ଦ୍ର ନାଥ ସେଠୀ, ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ପଟ୍ଟନାୟକ, ବରିଷ୍ଠ ଦିଲ୍ଲୀପ କୁମାର ଧାଉଡିଆ, ଶିକ୍ଷକ ଚିତ୍ତରଞ୍ଜନ ରାଉତରାୟ, ଶାରିରୀକ ଶିକ୍ଷା ଶିକ୍ଷକ ସହଦେବ ମଲ୍ଲିକ ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଆଶିଷପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରିଥିଲେ । ଘୋରଡିଆ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତପନ ଚନ୍ଦ୍ର ମଲ୍ଲିକ ଅତିଥି ପରିଚୟ ଓ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶାରୀରିକ କ୍ରୀଡା ଶିକ୍ଷକ ସୀତାକାନ୍ତ ରାଉତରାୟ ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ସୁରଭି ପ୍ରଧାନ, କୁନ୍ତଳା ବିଶ୍ୱାଳ, ମମତା ବେହେରା, ଶ୍ରଦ୍ଧାଞ୍ଜଳି ଜେନା, ପ୍ରିୟଦର୍ଶିନୀ ମଲ୍ଲିକ ଓ କର୍ମଚାରୀ ନୀଳାମ୍ବର ନାୟକ, ସୁରେଶ କୁମାର ରାଉଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ତେବେ ଏହି ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ପ୍ରତିଯୋଗିତାରେ ଯେଉଁ ଛାତ୍ରଛାତ୍ରୀମାନେ କୃତିତ୍ୱ ହାସଲ କରିଥିଲେ ସେମାନଙ୍କ ମଧ୍ୟରୁ ବିଭିନ୍ନ ପର୍ଯ୍ୟାୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଶୁକ୍ରବାର ଦିନ ମହତାବ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଯୋଗଦାନ କରି ସେମାନଙ୍କ ପ୍ରତିଭା ପ୍ରତିପାଦନ କରିବେ ବୋଲି ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ଦାଶ ସୂଚନା ଦେଇଛନ୍ତି । ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ଶାରୀରିକ ଶିକ୍ଷା ଶିକ୍ଷକ ସୀତାକାନ୍ତ ରାଉତରାୟ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।