ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଭାରତରତ୍ନ ଡ. ଏପିଜେ ଅବଦୁଲ୍ କାଲାମ୍‌ଙ୍କ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଭାରତରତ୍ନ ସ୍ୱର୍ଗତ ରାଷ୍ଟପତି ଡ. ଏପିଜେ ଅବଦୁଲ୍ କାଲାମ୍‌ଙ୍କ ଜୟନ୍ତୀ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶଙ୍କ ତତ୍ୱାବଧାନରେ ପାଳନ କରାଯାଇଥିବା ବେଳେ ଏହି ଅବସରରେ ବିଦ୍ୟାଳୟର ଗୁରୁଜୀ ସୁକାନ୍ତ କୁମାର ସାହୁ ଓ ଗୁରୁମା ଶ୍ରୀମତୀ ହରପ୍ରିୟା ଚୌଧୁରୀ ପିଲାମାନଙ୍କୁ କାଲାମ୍‌ଙ୍କ ଆଦର୍ଶ ଜୀବନ ଓ ଚିନ୍ତାଧାରା ଉପରେ ଆଲୋକପାତ କରିଥିଲେ । ଏଥିସହତି କ୍ରୀଡା ଶିକ୍ଷକ ଚତୁର୍ଭୁଜ ତ୍ରୀପାଠୀ ଓ ଏନ୍‌ସିସି ଶିକ୍ଷକ ଡି.ଗଣେଶ ରେଡ୍ଡୀଙ୍କ ସହଯୋଗ କ୍ରମେ ବିଦ୍ୟାଳୟର ଏନ୍‌ସିସି ଛାତ୍ରଛାତ୍ରୀମାନେ ଛତ୍ରପୁର ପୋଲିସ୍ ଥାନା ନିକଟସ୍ଥ କାଲାମ୍‌ ଛକରେ ଥିବା ଡ. ଏପିଜେ ଅବଦୁଲ୍ କାଲାମ୍‌ଙ୍କ ପ୍ରତିମୂର୍ତ୍ତିକୁ ସଫେଇ ସହ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ।

Leave A Reply

Your email address will not be published.