କୁକୁଡ଼ା ଚାଷୀଙ୍କ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପିଏଫ୍‌ଡିଏଫ୍, ଓଡିଶାର ଡେଲାଙ୍ଗ ଶାଖା ସଭାପତି ଗୋପାଳ ସ୍ୱାଇଁଙ୍କ ନେତୃତ୍ଵରେ ଶୁକ୍ରବାର କୁକୁଡା ଚାଷୀ ଭାଇମାନେ ଲୁଟରା ବ୍ରଏଲର ଇଣ୍ଟିଗ୍ରେଟର କମ୍ପାନୀମାନଙ୍କର ଚାଷୀମାରଣ ନୀତି ବିରୁଦ୍ଧରେ ଡେଲାଙ୍ଗ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଚାଷୀମାନଙ୍କର ଦାବୀ ମୁତାବକ, ଗ୍ରୋଇଙ୍ଗ ଚାର୍ଜ ବୃଦ୍ଧି, ଉନ୍ନତ ମାନର କୁକୁଡା ଚିଆଁ, ଦାନା, ୪୦ ଦିନ ଅବଧି ଭିତରେ କୁକୁଡା ଉଠାଇବା, ଆଡମିନିଷ୍ଟ୍ରେଟିଭ୍ ଚାର୍ଜ ଚାଷୀଠୁ ନନେବା, ବର୍ଦ୍ଧିତ ବୋନସ୍ ପ୍ରାଇସ୍ ନିର୍ଦ୍ଧାରଣ କରିବା ଇତ୍ୟାଦି ଦଶ ଦଫା ଦାବୀକୁ ଚାଷୀମାନେ ସରକାରଙ୍କ ନିକଟରେ ପୁଣି ଦୋହରାଇଛନ୍ତି । ରାଜ୍ୟ କୃଷି ତଥା ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଚାଷୀମାନଙ୍କର ଦାବୀ ସମାଧାନ ଦିଗରେ ଲୁଟରା କମ୍ପାନୀ ଗୁଡିକୁ ଅହେତୁକ ଅନୁକମ୍ପା ଦେଖାଇ ଚାଷୀକୂଳଙ୍କୁ ପ୍ରତାରଣା କରିଥିବା ନେଇ ଏଠାରେ ଧାରଣା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ପିଏଫ୍‌ପିଏଫ୍ ରାଜ୍ୟ ସଭାପତି ଅଶୋକ ପ୍ରଧାନ ଓ ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ପରିଡା, ପ୍ରଶାନ୍ତ ପ୍ରଧାନ, ରମେଶ ପାଟଶାଣୀ, ଧୂଳିରାମ ବଳିଆରସିଂହ, ମୀନକେତନ ମଙ୍ଗରାଜ, ମାଗୁଣୀ ଖଟେଇ, ରଞ୍ଜିତ ପରିଡା ପ୍ରମୁଖ ଦେଢଶହରୁ ଉର୍ଦ୍ଧ୍ବ କୁକୁଡା ଚାଷୀ ଭାଇ ଯୋଗଦେଇ କମ୍ପାନୀ ବିରୋଧୀ ସ୍ଲୋଗାନ ଦେଇଥିଲେ ।

Leave A Reply

Your email address will not be published.