ସରସରାରେ ରାମଲୀଳା ଉପଲେକ୍ଷ ରାବଣ ବରଣ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ବ୍ଲକ ସରସରା ଗ୍ରାମରେ ଆସନ୍ତା ଡିସେମ୍ବର ମାସ ୩ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ମା’ ସମଲେଶ୍ୱରୀ ମନ୍ଦିର ପ୍ରତିଷ୍ଠା ହେବ । ଏହି ଅବସରରେ ସରସରା ଠାରେ ରାମଲୀଳା ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି । ରାବଣ ବରଣ ଭୂମିକାରେ ଅଭିନୟ କରିବା ପାଇଁ କଳାକାହ୍ମ ଚୌହାନଙ୍କୁ ରାବଣ ବରଣ କରିଥିଲେ । ପଣ୍ଡିତ ବାଳକୃଷ୍ଣ ପଣ୍ତା, ଧର୍ମ ଭୋଇ, ରାଜେଶ ପ୍ରଧାନ, ତପ ଭୋଇ, ସାମ୍ବାଦିକ ବଳରାମ ପ୍ରଧାନ, କୀର୍ତ୍ତନ ଭୋଇ, କୁମର ଭୋଇ, ବବୁ ପ୍ରଧାନ ପ୍ରମୁଖ ଗ୍ରାମବାସୀ ବରଣ କରିଥିଲେ ।

Leave A Reply

Your email address will not be published.