jsm

ବିଶ୍ୱ ହାତଧୁଆ ଦିବସ ପାଳିତ

csstore

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ମାୟାବର୍ହା ପ୍ରାଙ୍ଗଣରେ ଜୁନିଅର ରେଡକ୍ରସ୍‌ ୟୁନିଟ ତରଫରୁ ବିଶ୍ୱ ହାତଧୁଆ ଦିବସ ପାଳିତ ହୋଇଯାଇଛି । ଆୟୋଜିତ ହୋଇଥିବା ସଭାରେ ପ୍ରଧାନ ଶିକ୍ଷକ ମନୋଜ କୁମାର ପୂଜାରୀ ଅଧ୍ୟକ୍ଷତା କରି ବିଶ୍ୱ ହାତଧୁଆ ଦିବସର ଗୁରୁତ୍ୱ ବିଷୟରେ ନିଜ ବକ୍ତବ୍ୟ ଦେଇଥିଲେ । ବିଦ୍ୟାଳୟ ପରାମର୍ଶଦାତା ତଥା ଜିଲ୍ଲା ଜୁନିଅର ରେଡକ୍ରସ୍‌ ଅଫିସର ରବିଚନ୍ଦ୍ର ପଶାୟତ ଜୁନିଅର ଛାତ୍ରଛାତ୍ରୀମାନଙ୍କୁ ହାତଧୁଆର ୬ ଗୋଟି ସୋପାନ ବିଷୟରେ ଡେମୋନେଷ୍ଟ୍ରେସନ ମାଧ୍ୟମରେ ତାଲିମ ଦେଇଥିଲେ । କାର୍ଯ୍ୟକ୍ରମରେ ଜୁନିଅର ରେଡକ୍ରସ୍‌ ୟୁନିଟର ରିମିଝିମ କୁମ୍ଭାର, ସଂଜନା କଠାର, ରାକ୍ଷୀ ମାଝି, ବାସନ୍ତୀ ତାଣ୍ଡିଆ, ବିପ୍ଲବୀଣା ସାହୁ, ଜିନା ପୁଟେଲ, ଶିତୁ ସାହୁ, ମୁସ୍କାନ ସାହୁ, ଟିକେଶ୍ୱରୀ ସାହୁ, ଉଶା କୁମ୍ଭାର, ଜ୍ୟୋସ୍ନାରାଣୀ ଭୋଇ, ଦିବ୍ୟାସା ନାଏକ, ନିରୁପମା ଷାଣ୍ଢ, ଗୀତାଞ୍ଜଳି, ଅର୍ଚ୍ଚିତା, ବନ୍ଦନା, ଜ୍ୟୋତିରେଖା, ଭାଗ୍ୟଲକ୍ଷ୍ମୀ, ଜୟଶ୍ରୀ, ବୁଲି, ସମୀକ୍ଷା, ଆରତୀ, ସୀମା, ରିକିତା, ରେନୁକା, ମମତା, ପାୟଲ, ବର୍ଷା, ବବିତା, ଶ୍ରେୟା, ମାନସୀ, ମୋନିକା, ମଞ୍ଜୁଲତା, ଚିନ୍ମୟ ସାହୁ, ହରିଶ ଯୁଆଡି, ତୋଫାନ ଜୁଆଡି, ହେମନ୍ତ ମାଝି ପ୍ରମୁଖ ତାଲିମ ସମୟରେ ଉପଯୁକ୍ତ ହାତଧୋଇବାର ଡେମୋ ପ୍ରଦର୍ଶନକୁ ଅଭ୍ୟାସ କରଥିଲେ । ବିଦ୍ୟାଳୟର ଶିକ୍ଷକ ନନ୍ଦଘୋଷ ବାରିକ, ପ୍ରହଲ୍ଲାଦ ଦାଶ, ସଂଜୀବ କୁମାର ପୂଜାରୀ, ମୀନକେତନ ଦାଶ, ବିଭୀଷଣ ଖମାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ୟୁନିଟ ଚେୟାରପର୍ସନ ରମିଝିମ୍‌ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.