ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟର ପ୍ରମୁଖ ଅଣ୍ଡା ଉତ୍ପାଦନକାରୀ ସଂସ୍ଥା ‘ଓଭୋ ଫାର୍ମ ପ୍ରାଇଭେଟ୍ ଲିମିଟେଡ୍’ ପକ୍ଷରୁ ଶୁକ୍ରବାର ଏକ ନୂଆ ବ୍ରାଣ୍ଡ୍ ‘କେନ୍କୋ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ବିଶେଷକରି ବିଶ୍ୱ ଅଣ୍ଡା ଦିବସ ପରିପ୍ରେକ୍ଷୀରେ ବ୍ରାଣ୍ଡ୍ର ନୂତନ ଉତ୍ପାଦଗୁଡିକୁ ମଧ୍ୟ ଉନ୍ମୋଚନ କରାଯାଇଛି । ୪ଟି ଭିନ୍ନ ଭିନ୍ନ ପ୍ରକାରର ଅଣ୍ଡା ଯଥା ହାଇ-ପ୍ରୋ, ବ୍ରାଉନ୍, ଇମ୍ୟୁନୋ ଓ ହାର୍ଟି ବର୍ତ୍ତମାନ ଭୁବନେଶ୍ୱର, କୋଲକାତା ଓ ଗୁଆହାଟୀ ଭଳି ବୃହତ୍ ବଜାରରେ ଉପଲବ୍ଧ ହେଉଛି ।
ସେହିଭଳି ସାରା ଦେଶର ଗ୍ରାହକମାନେ ପ୍ରମୁଖ ଇ-କର୍ମସ ପ୍ଲାଟ୍ଫର୍ମ ସାଙ୍ଗକୁ ସୁପରମାର୍ଟ ଓ ୪୦୦ରୁ ଅଧିକ ସାଧାରଣ ଦୋକାନଗୁଡ଼ିକରେ ମଧ୍ୟ କେନ୍କୋ ବ୍ରାଣ୍ଡ୍ର ଅଣ୍ଡାଗୁଡିକୁ କ୍ରୟ କରିପାରିବେ ବୋଲି ଫାର୍ମ ପକ୍ଷରୁ କୁହାଯାଇଛି । ଏ ସମ୍ପର୍କରେ ଓଭୋ ଫାର୍ମ ପ୍ରାଇଭେଟ୍ ଲିମିଟେଡର ସିଇଓ ସମରେନ୍ଦ୍ର ମିଶ୍ର କହିଛନ୍ତି, ଆମେ ଆମର ଗ୍ରାହକଙ୍କୁ ଗୁଣାତ୍ମକ ଓ ସ୍ୱାସ୍ଥ୍ୟକର ଉତ୍ପାଦ ପ୍ରଦାନ କରିବା ଲାଗି ପ୍ରତିବଦ୍ଧ ରହିଛୁ । ସେହିଭଳି ଅଣ୍ଡା ବଜାରରେ ଏକ ନୂଆ ବେଞ୍ଚମାର୍କ ସୃଷ୍ଟି କରିବା ଉପରେ କାର୍ଯ୍ୟ କରିବା ଜାରି ରଖିବୁ ବୋଲି ସେ ମତବ୍ୟକ୍ତ କରିଥିଲେ । ସେହିପରି ବିଶ୍ୱ ଅଣ୍ଡା ଦିବସରେ ଆମେ ଆମର ନୂଆ ବ୍ରାଣ୍ଡ୍ କେନ୍କୋର ଉନ୍ମୋଚନ କରି ବେଶ୍ ଉତ୍ସାହିତ ଓ ଗର୍ବ ଅନୁଭବ କରୁଛୁ । ଓଡ଼ିଶାର ବଲାଙ୍ଗିର ଜିଲ୍ଲାରେ ଅବସ୍ଥିତ ଓଭୋ ଫାର୍ମ ପ୍ରାଇଭେଟ୍ ଲିମିଟେଡ୍ ଓଡ଼ିଶା ଓ ଏହାର ପଡ଼ୋଶୀ ରାଜ୍ୟଗୁଡିକୁ ଅନ୍ତର୍ଜାତୀୟ ମାନକ ସହିତ ସର୍ବୋଚ୍ଚ ଗୁଣମାନର ଅଣ୍ଡା ଯୋଗାଉଛି । ଓଭୋ ଫାର୍ମର ୩ଟି ଅତ୍ୟାଧୁନିକ ଫାର୍ମ ଜରିଆରେ ପ୍ରତିଦିନ ୧ ମିଲିୟନରୁ ଅଧିକ ଅଣ୍ଡା ଉତ୍ପାଦନ କରାଯାଉଛି । ସେହିଭଳି ଗୁଣାତ୍ମକ ପୋଷଣ-ସମୃଦ୍ଧ ଅଣ୍ଡା ଯୋଗାଇବା ଉପଭୋକ୍ତାଙ୍କ ଜୀବନ ଓ ଜୀବିକାକୁ ସମୃଦ୍ଧ କରିବାର ଏକ ଲକ୍ଷ୍ୟ ସହ ଦୀର୍ଘ ୨୦ବର୍ଷ ହେବ ଫାର୍ମର ପ୍ରତିଷ୍ଠାତା ସୌମେନ୍ଦ୍ର ମିଶ୍ର ଏବଂ ସିଇଓ ସମରେନ୍ଦ୍ର ମିଶ୍ର କଠିନ ପରିଶ୍ରମ ସାଙ୍ଗକୁ ପ୍ରୟାସ ମଧ୍ୟ ଜାରି ରଖିଛନ୍ତି ।