oom

ଶ୍ରଦ୍ଧାରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ତାଲୁକ ଆଇନ ସେବା କମିଟି, ପାନପୋଷ, ରାଉରକେଲା ଆନୁକୁଲ୍ୟରେ ଶ୍ରଦ୍ଧା ଅନୁଷ୍ଠାନ ପରିସରରେ ‘ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ’ ପାଳିତ ହୋଇଯାଇଛି । ତାଲୁକ ଆଇନ କମିଟିର ଅଧ୍ୟକ୍ଷା ତଥା ଅତିରିକ୍ତ ଜିଲ୍ଲା ଜଜ୍ ଡ. ଭି.ସୁଜାତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ‌ଉପରେ ଆଲୋକପାତ କରି କହିଲେ ଯେ, ସମସ୍ତଙ୍କର ଅଧିକାର ସବୁ କ୍ଷେତ୍ରରେ ସମାନ କିନ୍ତୁ କେତେକ କ୍ଷେତ୍ରରେ ଏହାକୁ ସ୍ଵତନ୍ତ୍ର ଭାବେ ବିବେଚନା କରାଯାଇଥାଏ । ମାନସିକ ସ୍ଵାସ୍ଥ୍ୟ ସମ୍ବନ୍ଧିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହାର ପ୍ରତିକାର ବ୍ୟବସ୍ଥା ଉପରେ ଆଧାରିତ ଅନେକ ତଥ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତାଲୁକ ଆଇନ କମିଟିର ସଦସ୍ୟ ତଥା ସେକେଣ୍ଡ ଏଡିଜେ ମନୋଜ କୁମାର, ଏସ୍‌ଡିଜେଏମ ଅରୋଲିପି ପରିଜା, ଚରଣ କୁମାର ଜେନା (ଜେଏମଏଫସି), ସୌରଭ ଶର୍ମା (ଜେଏମଏଫସି ରୂରାଲ), ଉମାକାନ୍ତ ବେହେରା (ଜେଏମଏଫସି) ପ୍ରମୁଖ ଉପସ୍ଥିତ ରହି ପ୍ରାସଙ୍ଗିକ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଶ୍ରଦ୍ଧାର ସମ୍ପାଦକ କାର୍ତ୍ତିକ ପାଣ୍ଡବ ଅତିଥି ପରିଚୟ ପ୍ରଦାନ ସହ ସ୍ଵାଗତ ଭାଷଣ ଦେଇଥିଲେ । ସଭାପତି ପଶୁପତିନାଥ ଚାଟାର୍ଜୀ ସଭା ପରିଚାଳନା କରିଥିଲେ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରଦ୍ଧାର ହଜିରୀଲାଲ ଶାହା, ନରେଶ ପଟେଲ, ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ତାଲୁକ ଆଇନ କମିଟିର ସଂଯୋଜିକା ଇଭା ଅନୁପମା ଲୁଗୁନ୍ ଓ ଶ୍ରଦ୍ଧାର ସୁକୁମାର ପାଣ୍ଡବ, ପ୍ରୀତି ବାରିକ, ଅଞ୍ଜଳି ମହାରଣା, ଇତିଶ୍ରୀ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ତାଲୁକ ଆଇନ କମିଟି ପକ୍ଷରୁ ଶ୍ରଦ୍ଧାର ପିଲାମାନଙ୍କୁ ଫଳ ଓ ମିଷ୍ଟାନ୍ନ ଆଦି ବଣ୍ଟନ କରାଯାଇଥିଲା ।

jittmm
Leave A Reply

Your email address will not be published.