ସାଲେପାଲି ନିକଟରେ ବାଇକ ଦୁର୍ଘଟଣା : ୨ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ସାଲେପାଲି ଗ୍ରାମ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ, ଘାଟୁଲ ଗ୍ରାମର ରବି କୁମ୍ଭାର ଓ ଗୁଡଭେଲା ବ୍ଲକ ବୁଢୀପଦର ଗ୍ରାମର କିଶୋର ରଣା ଏବଂ ଦେଓଗାଁ ବ୍ଲକ ବଡବାହଲ ଗ୍ରାମର ଭୀଷ୍ମ ଦେବ ସା ଅର୍ନ୍ତଲା ଗ୍ରାମରେ ହେଉଥିବା ଦଣ୍ଡନୃତ୍ୟରେ ଯୋଗ ଦେବା ପାଇଁ ଯାଉଥିବା ସମୟରେ ସାଲେପାଲି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଫଳରେ ଗୁରୁତରମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ନିଆଯାଇଥିଲା । ତେବେ ୨ ଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.