ସଇଁତଲା, (ପ୍ରମୋଦ ସେଲମା) : ବିଳମ୍ବିତ ରାତ୍ରିରେ ନବୀନ ଛକ ୨୬ ନମ୍ବର ଜାତୀୟ ରାଜପଥଠାରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ମାମୁଁ ଘରକୁ ଆସି ରାତ୍ରିରେ ଫେରୁଥିବା ସମୟରେ ଯାତ୍ରୀବାହୀ ବସ୍ ଓ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବୀର ସୁରେନ୍ଦ୍ର ସାଏ ଓ ଭୀମ ଭୋଇ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଥିବା ଜଣାପଡିଛି । ମୃତ ବ୍ୟକ୍ତିଙ୍କ ନାମ ପ୍ରଶାନ୍ତ ପ୍ରଧାନ, ଘର କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଟୁର୍ଲା ଗ୍ରାମ ବୋଲି ଜଣାପଡିଛି । ଏ ନେଇ ସଇଁତଲା ପୋଲିସ ଥାନା କେସ୍ ନଂ ୨୭୬/୨୨ରେ ଏକ ଦୁର୍ଘଟଣା ମାମଲା ରୁଜୁ କରି ସଇଁତଲା ଆଇଆଇସି ଅବନୀ ସାହୁଙ୍କ ତତ୍ତ୍ୱାବଧାନରେ ଏସ୍ଆଇ ପ୍ରସନ୍ନ ନାୟକ ଘଟଣାର ତଦନ୍ତ କରୁଛନ୍ତି । ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଟୁର୍ଲା ଗ୍ରାମର ପ୍ରଶାନ୍ତ ପ୍ରଧାନ ଓ ତାଙ୍କ ଆଉ ୩ ଜଣ ସହଯୋଗୀ ସଇଁତଲା ଥାନା ବୁର୍ଡା ଗ୍ରାମର ଗଗନ ପ୍ରଧାନ ଏକ ପଲସର ବାଇକ ଯୋଗେ ନିଜ ମାମୁଁ ଘରକୁ ବୁଲିବାକୁ ଆସିଥିଲେ । ଖାଇପିଇ ସାରି ରାତ୍ରି ସାଢେ ୧୨ ଘଣ୍ଟା ସମୟରେ ୪ ଜଣ ଯାକ ଏକ ବାଇକ ନଂ ଓଡି୦୮କ୍ୟୁ ୮୧୨୨ ଯୋଗେ ଫେରୁଥିବା ବେଳେ ନବୀନ ଛକଠାରେ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ବାଇକରେ ୪ ଜଣ ବସିଥିବାରୁ ଅଟକାଇବାକୁ କହିବାରୁ ଯୁବକମାନେ ଦୃତଗତିରେ ଫେରାର ମାରିଥିଲେ । କିନ୍ତୁ ପଛପଟୁ ଜୟପୁରରୁ ଭୁବନେଶ୍ୱର ଅଭିମୁଖେ ଏକ ଘରୋଇ ବସ୍ ନଂ ଓଡି୦୨ବି ଜେ୮୧୫୭ ତ୍ରିପାଠୀ ବସ ସହିତ ବାଇକର ଧକ୍କା ହୋଇଥିଲା । ଯାହାଫଳରେ ଘଟଣାସ୍ଥଳରେ ପ୍ରଶାନ୍ତଙ୍କ ମୃତ ଘଟିଥିଲା । ଘଟଣାସ୍ଥଳକୁ ପୋଲିସ ପହଂଚି ଆହତ ୨ ଜଣଙ୍କୁ ସଇଁତଲା ମେଡିକାଲରେ ପ୍ରାଥମିକ ଚିକିତ୍ସା କରିବା ପରେ ବଲାଙ୍ଗିର ମେଡିକାଲକୁ ସ୍ଥାନାନ୍ତତ କରିଥିଲା । ବର୍ତମାନ ସୁଦ୍ଧା ୨ ଜଣ ଆହତ ଯୁବକମାନଙ୍କ ନାମ ମିଳିପାରିନାହିଁ । ଅନ୍ୟପଟେ ପୋଲିସ ଶବକୁ ଜବତ କରି ଶବ ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି ।
Prev Post