୧୩ରୁ ସ୍ନାତକ ଏବଂ ୧୭ରୁ ସ୍ନାତକୋତ୍ତର ଶ୍ରେଣୀର ପାଠପଢ଼ା ଆରମ୍ଭ

ଭୁବନେଶ୍ୱର : ୨୦୨୨-୨୩ ଶିକ୍ଷା ବର୍ଷରେ ନାମ ଲେଖାଇଥିବା ସ୍ନାତକ(ଯୁକ୍ତ ତିନି) ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ । ସେହିଭଳି ସ୍ନାତକୋତ୍ତର(ପିଜି) ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆସନ୍ତା ୧୭ ତାରିଖରୁ ଚାଲିବ । ଏନେଇ ଶୁକ୍ରବାର ଉଚ୍ଚ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଧିରେନ୍ଦ୍ର ନାଥ କର ସମସ୍ତ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି କରିଛନ୍ତି । ନୂତନ ଭାବେ ନାମ ଲେଖାଇଥିବା ଏହି ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ୍‌ ସୁବିଧା ଉପଲବ୍ଧ କରାଇବାକୁ ଚିଠିରେ ଉଲ୍ଲେଖ ରହିଛି । ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଥିବା ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟ ଏହି ନିର୍ଦ୍ଦେଶକୁ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.

error: Content is protected !!