ପୁରୁଣା ପେନ୍‌ସନ୍‌ ଦାବୀରେ ପ୍ରାଥମିକ ଶିକ୍ଷକଙ୍କ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ନୂତନ ପେନସନ ଯୋଜନା ଅନ୍ତର୍ଭୁକ୍ତ ସମସ୍ତ ବର୍ଗର ଶିକ୍ଷକମାନଙ୍କୁ ନେଇ ପ୍ରାଥମିକ ଶିକ୍ଷକ ଭବନ ଡୁଡୁକାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଂଘର ସଭାପତି ଜୟରାମ ଧଳ ସଭାପତିତ୍ୱ କରି ନୂତନ ପେନ୍‌ସନ୍‌ ଯୋଜନାରେ ନାମକୁ ମାତ୍ର ପେନ୍‌ସନ୍‌ ମିଳୁଥିବାରୁ ଏହାକୁ ବନ୍ଦ କରାଯାଇ ପୁରୁଣା ପେନ୍‌ସନ୍‌ ଯୋଜନା ସରାକାର ଲାଗୁ କରିବାକୁ ଦୃଢ ଦାବୀ କରିଥିଲେ । ଜିଲ୍ଲା ସଂଘର ଆହ୍ୱାନକ୍ରମେ ଆସନ୍ତା ତା.୧୫/୧୦/୨୦୨୨ ଦିନ ବ୍ଲକ ସ୍ତରରେ ଏକ ର‍୍ୟାଲି ଆୟୋଜନ କରାଯାଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପ୍ରଦାନ କରାଯିବାକୁ ବୈଠକରେ ସିଦ୍ଧାନ୍ତ ଗ୍ରହଣ କରାଯାଇଛି । ବୈଠକରେ ଉପ-ସଭାପତି ସରୋଜିନୀ ନନ୍ଦ, ସଂପାଦକ ଯୋଗିନ୍ଦ୍ର ଦାଶ ଏବଂ ଶିକ୍ଷକ ସୁଶାନ୍ତ କୁମାର ନନ୍ଦ, ଜ୍ୟୋତିର୍ମୟ ମିଶ୍ର, ଧର୍ମେନ୍ଦ୍ର ସାହୁ, ନୀଳକଣ୍ଠ ନନ୍ଦ, ସୁଧିର ମିଶ୍ର, ସଦାନନ୍ଦ ଭୋଇ, ସନ୍ତୋଷ କୁମାର ପାଇକଚନ୍ଦନ, ସୁଦାମ ଦଣ୍ଡସେନା ତଥା ଏକସ୍‌-କେଡର ସଂଘର ସଂପାଦକ ଅରୁଣ ଦାଶଙ୍କ ସହିତ ଆଗଲପୁର ବ୍ଲକର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ବୈଠକରେ ଉପସ୍ଥିତ ରହି ତୁରନ୍ତ ପୁରୁଣା ପେନସନ ଯୋଜନା ଲାଗୁ କରାଯିବା ସପକ୍ଷରେ ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.