ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ହେଲେ କେନ୍ଦ୍ରୀୟ ସଂସଦୀୟ ଷ୍ଟାଣ୍ଡିଂ କମିଟିର ସଦସ୍ୟ : ଶୁଭେଚ୍ଛା ଜଣାଇଲେ ଆଦିବାସୀ ସଂଘ

ପାଟଣାଗଡ, (ଗୋରେଖନାଥ ବରିହା) : କେନ୍ଦ୍ରୀୟ ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ସମସ୍ତଙ୍କର ପ୍ରିୟ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି, ପରିବେଶ, ଜଙ୍ଗଲ, ଜଳବାୟୁ ପରିବର୍ତ୍ତନ ବିଭାଗ ଦାୟିତ୍ୱ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସରକାରଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜଣେଇଲେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ । ଏଠାରେ ସୂଚନାଯୋଗ୍ୟ ଯେ, ସାଂସଦ ଶ୍ରୀ ବିଶି ଛାତ୍ର ଜୀବନରୁ ବିଭିନ୍ନ ସାମାଜିକ ସଂଗଠନରେ କାମ କରିଛନ୍ତି । ପରବର୍ତ୍ତୀ ସମୟରେ ଆଦିବାସୀ ଦଳିତ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଆଦିବାସୀ ଦଳିତ ମାନଙ୍କୁ ଏକ କରି ଅନେକ ସଚେତନ କାର୍ଯ୍ୟକ୍ରମ, ସଭା ସମିତି, ଅନେକ ଆନ୍ଦୋଳନ କରି ଅନେକ ସଫଳତା ହାସଲ କରିଛନ୍ତି । ଆଦିବାସୀ ମାନଙ୍କ ବିଭିନ୍ନ ସମସ୍ୟାର ସରଳ ଭାବରେ, ସହଜ ଭାବରେ ସମାଧାନ କରିବାକୁ ବିଗତ ଜୁନ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ବିଶିଙ୍କ କାର୍ଯ୍ୟ ଦକ୍ଷତା ଦେଖି, ଆସ୍ଥା ଓ ବିଶ୍ୱାସ କରି ରାଜ୍ୟସଭାର ସାଂସଦ ଭାବରେ ଦିଲ୍ଲୀକୁ ମନୋନୀତ କରିଛନ୍ତି । ବିଗତ ଦିନରେ ଶ୍ରୀ ବିଶିଙ୍କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ପରାମର୍ଶଦାତା ସଦସ୍ୟ ଭାବେ କେନ୍ଦ୍ର ସରକାର ଦାୟିତ୍ୱ ଦେଇଛନ୍ତି । ଗତକାଲି ପୁଣି କେନ୍ଦ୍ର ସରକାର ଶ୍ରୀ ବିଶିଙ୍କ ଉପରେ ଆସ୍ଥା ବିଶ୍ୱାସ କରି କେନ୍ଦ୍ରୀୟ ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ପରିବେଶ, ଜଙ୍ଗଲ, ଜଳବାୟୁ ପରିବର୍ତ୍ତନ ବିଭାଗ ଦାୟିତ୍ୱ ଦେଇଛନ୍ତି । ଶ୍ରୀ ବିଶି ମହୋଦୟଙ୍କୁ କେନ୍ଦ୍ରୀୟ ଷ୍ଟାଣ୍ଡିଂ କମିଟିରେ ଦାୟିତ୍ୱ ଦେଇଥିବାରୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ କେନ୍ଦ୍ର ସରକାର, ରାଜ୍ୟ ସରକାର ନବୀନ ପଟ୍ଟନାୟକ ଓ ସାଂସଦ ନିରଞ୍ଜନ ବିଶିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆଜିର ଅଭିନନ୍ଦନ ଶୁଭେଚ୍ଛା କାର୍ଯ୍ୟକ୍ରମରେ ସଂଘର ବ୍ଲକ ସଭାପତି ଅଷ୍ଟରତ୍ନ ବରିହା, ସମ୍ପାଦକ ସାରଥୀ ବାଗ, ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇ, ସାଂସଦ ବ୍ଲକ ପ୍ରତିନିଧି ସନ୍ତୋଷିନୀ ବିଶି, ଉପସଭାପତି ଗଦି ବରିହା, ମନୋଜ ଲୁହା, ମନବୋଧ ବରିହା, ଦେବହରି ଭୋଇ, ବଳରାମ ବରିହା, ହୃଷିକେଶ ଭୋଇ, ଘନ ଭୋଇ, ଚୁଡାମଣି ଧରୁଆ, ଲଳିତ ମଲ୍ଲିକ, ଚନ୍ଦ୍ରମଣି ବାଗ, ଧୁବଲେଶ୍ୱର ଭୋଇ, ଗୌରାଙ୍ଗ ବରିହା ଓ ଅନ୍ୟ ସଦସ୍ୟ ସଦସ୍ୟା ଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.