ନିଜ ଉତ୍ତରାଧିକାରୀ ବାଛିବାକୁ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲା କେନ୍ଦ୍ର

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ଆଗାମୀ ପ୍ରଧାନ ବିଚାରପତି ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଶୁକ୍ରବାର ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଲିତଙ୍କୁ ଏକ ଚିଠି ଲେଖିଛନ୍ତି । ଜଷ୍ଟିସ ଲଲିତ ନଭେମ୍ବର ୮ରେ ପ୍ରଧାନ ବିଚାରପତି ପଦରୁ ଅବସର ନେବେ । ନୂତନ ସିଜେଆଇର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ କେନ୍ଦ୍ର ଲଲିତଙ୍କୁ ଏକ ଚିଠି ଲେଖିଛି । ଅବସର ନେବା ପୂର୍ବରୁ, ସିଜେଆଇ ବରିଷ୍ଠ ବିଚାରପତିଙ୍କ ମଧ୍ୟରୁ ଜଣଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ନାମିତ କରିବେ । ସୂଚନାନୁସାରେ, ଏ.ଭି ରାମନ୍ନାଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ୨୬ ଅଗଷ୍ଟ ୨୦୨୨ରେ ଦେଶର ୪୯ତମ ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ ଲଲିତଙ୍କୁ ନିଯୁକ୍ତ କରାଯାଇଥିଲା ।

Leave A Reply

Your email address will not be published.