ସାହିତ୍ୟ ପାଇଁ ନୋବେଲ ପୁରସ୍କାର ପାଇବେ ଫରାସି ଲେଖିକା ଆନ୍ନି ଏର୍ନକ୍ସ

ନୂଆଦିଲ୍ଲୀ : ସାହିତ୍ୟ ପାଇଁ ଚଳିତ ବର୍ଷ ନୋବେଲ ପାଇବେ ଫରାସୀ ଲେଖିକା ଆନ୍ନି ଏର୍ନକ୍ସ । କୋରେଜ୍‌ ଆଣ୍ଟ କ୍ଲିନିକାଲ୍ ଆକ୍ୟୁଟି ଶୈଳୀର ରଚନା ପାଇଁ ନୋବେଲ ପୁରସ୍କାର ଦିଆଯିବାକୁ ଚୟନ କରାଯାଇଛି । ଏହି ପୁସ୍ତକରେ ବ୍ୟକ୍ତିଗତ ମତ ରଖି ଓ ବିଭିନ୍ନ ଭାଷା ଓ ବର୍ଗ ଆଧାରରେ ରହିଥିବା ଅସମାନତାକୁ ଦର୍ଶାଇଛନ୍ତି । ନିଜ ଲେଖାରେ ସେ ସ୍ୱାଧୀନତାକୁ ପ୍ରାଧାନ୍ୟ ଦେଇଛନ୍ତି । ତାଙ୍କ ସରଳ ଲେଖା ପାଇଁ ସେ ଏହି ପୁରସ୍କାର ଦାବୀଦାର ଥିଲେ । ଷ୍ଟକହୋମରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆନ୍ନି ଏର୍ନକ୍ସ ସାହିତ୍ୟରେ ନୋବେଲ ପାଇବେ ବୋଲି ଘୋଷଣା କରାଯାଇଛି । ଆନ୍ନି ଏର୍ନକ୍ସଙ୍କର ଲେଖାଲେଖିରେ ୫୦ ବର୍ଷର ଅନୁଭବ, ଅଭିଜ୍ଞତା ରହିଛି । ୧୯୭୪ ମସିହାରୁ ସେ ସାହିତ୍ୟ କ୍ଷେତ୍ରରେ ନିଜର ଲେଖାଲେଖି ପାଇଁ ସମୟ ଦେଇଆସୁଛନ୍ତି । ଆନ୍ନି ଏର୍ନକ୍ସ ୧୯୪୦ ମସିହାରେ ଫ୍ରାନସର ନିର୍ମାଣ୍ଡିର ଏକ ଛୋଟ ସହର ୟଭେଟେରେ ଜନ୍ମଗ୍ରହଣ କରିଥିଲେ । ସେ ପିଲାଦିନରୁ ଲେଖିକା ହେବା ପାଇଁ ସ୍ୱପ୍ନ ଦେଖୁଥିଲେ । ଏବେ ତାଙ୍କ ସ୍ୱପ୍ନ ସଫଳ ହୋଇଛି । ତାଙ୍କୁ ନୋବେଲ ପୁରସ୍କାର ମିଳିବାକୁ ଯାଉଛି ।

Leave A Reply

Your email address will not be published.