ହମିରପୁର ଉନ୍ନୟନ ପରିଷଦ ତରଫରୁ ଗାନ୍ଧୀ ଜୟନ୍ତୀ ଓ ଶାରଦୀୟ ଅଭିନନ୍ଦନ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଉନ୍ନୟନ ପରିଷଦ ତରଫରୁ ଗାନ୍ଧୀ ଜୟନ୍ତୀ ଓ ଶାରଦୀୟ ଅଭିନନ୍ଦନ କାର୍ଯ୍ୟକ୍ରମ ହମିରପୁର ସ୍ଥିତ ସାଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଡଃ ସୁମନ ଦତ୍ତଙ୍କ ସଭାପତିତ୍ୱ ଓ ଆଇନଜୀବୀ ନିରଞ୍ଜନ ଦାସଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇଜିଏଚ୍‌ର ଡେପୁଟି ଡାଇରେକ୍ଟର ଡାକ୍ତର ପ୍ରଦୀପ କୁମାର ମହାପାତ୍ର ମୁଖ୍ୟଅତିଥି ଭାରତୀୟ ଷ୍ଟେଟ ବ୍ୟାଙ୍କ ଟାଉନସିପ ବ୍ରାଞ୍ଚର ମହାପ୍ରବନ୍ଧକ ସରୋଜ ରାଉତରାୟ, ରଘୁନାଥପାଲୀ ବିଜେଡି ସଭାପତି ଆର୍ତ୍ତ ମହାରଣା, ଶିକ୍ଷାବିତ୍ ଡଃ ସରିତା ମଲ୍ଲ, ଶିକ୍ଷାବିତ୍ ସୁରେଶ ଦଳବେହେରା, ସ୍ୱାମୀ ଶିବାନନ୍ଦ ଜ୍ଞାନଜୀ, ରେଳ ସଡକ ଉପଯୋଗକାରୀ ସଂଘର ଅମୂଲ୍ୟ ଚରଣ ବରାଳ, ରାଉରକେଲା ରେଳ ଷ୍ଟେସନ ମାଷ୍ଟର ପ୍ରଭାସ ଦାସ, ସୌରଶକ୍ତି ପ୍ରକଳ୍ପର ମୁଖ୍ୟ ଜ୍ଞାନଜିତ୍ ଦାସ, କୋଟାକ ମହେନ୍ଦ୍ରାର ମେନେଜିଂଗ ପାର୍ଟନର ଶିବାନନ୍ଦ ଗୁଥରିଆ, କବି କୁଞ୍ଜବିହାରୀ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହାତ୍ମାଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୀବନାଦର୍ଶ ଓ ସ୍ୱାଧୀନତା ସଂଗ୍ରାମରେ ବଳିଦାନ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଡା ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ, ମହାତ୍ମା ଗାନ୍ଧୀଙ୍କ ଦର୍ଶନ ଅହିଂସା, ସ୍ୱରାଜ୍ୟ, ସତ୍ୟ ଓ ସାଧୁତା ଉପରେ ନିବେଶିତ । ତାଙ୍କ ନୀତିକୁ ଆପଣାଇ ପାରିଲେ ତାହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ । ଅନ୍ୟ ଅତିଥିମାନେ ବ୍ୟାଙ୍କ ଠକେଇରୁ କିପରି ବଂଚିହେବ, ହମିରପୁରର ବିକାଶ ତଥା ସମସ୍ୟା ଓ ସମାଧାନ, ଶିକ୍ଷା, ସୌରଶକ୍ତିର ଉପଯୋଗିତା ସଂପର୍କରେ ଆଲୋଚନା କରିବା ସହ ଶାରଦୀୟ ଅଭିନନ୍ଦନ ଜ୍ଞାପନ କରିଥିଲେ । ପ୍ରାରମ୍ଭରେ ସଭାପତି ଡଃ ଦତ୍ତ ସଭାପତିତ୍ୱ ଅଭିଭାଷଣ ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଆବାହକ ଶ୍ରୀ ଦାସ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଡାକ୍ତର ଗୋପାଳ ଚନ୍ଦ୍ର ରାୟ, ଭୁବନେଶ୍ଵର ଆଚାର୍ଯ୍ୟ, ଅମୂଲ୍ୟ ମଲ୍ଲିକ, ଉପେନ୍ଦ୍ର ନାୟକ, ଅନୁପ ଦାସ, ମନୋରଞ୍ଜନ ରାଉତ, ସୁରଥ ବାଗ, ମହେଶ୍ୱର ସାହୁ, ସନ୍ତୋଷ ସ୍ୱାଇଁ, ସୋନାଲିନ ବେହେରା, ଏସ୍‌ ପାଲ, ପି. କେ. ସାହୁ, ବାବାଜୀଚରଣ ବେହେରା, ପ୍ରଫୁଲ୍ଲ ଦାସ, ଚନ୍ଦ୍ରକାନ୍ତ ସାହୁ, ଅଗସ୍ତି ଦାସ, ସଂଜୀବ ପଣ୍ଡା, ଶିବାନନ୍ଦ ଭଟ୍ଟାଚାର୍ଯ୍ୟ, ମନୋରଞ୍ଜନ ନାୟକ, ପ୍ୟାରେ ଲାଲ, ଏସ କେ ରାୟଗୁରୁ, ମହେନ୍ଦ୍ର ପାଣ୍ଡେ, ସୋମ ବାବୁ, ସୁବାସ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.