କ୍ଲିନ୍ ଆଣ୍ଡ ଗ୍ରୀନ ତରଫରୁ ରେଲୱେ ଷ୍ଟେସନରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ସ୍ୱାଧୀନତାର ଦୁଇ କର୍ଣ୍ଣଧାର ମହାତ୍ମାଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଦିନକୁ ବେଶ ଶ୍ରଦ୍ଧାର ସହ ଦେଶବ୍ୟାପୀ ପାଳୁଥିବା ଅବସରରେ ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ “କ୍ଲିନ ଓ ଗ୍ରୀନ”ର ସଭ୍ୟ ମାନେ ରାଉରକେଲା ରେଳ ଷ୍ଟେସନ ପରିସରରେ ଏକାଠି ହୋଇ ସ୍ୱଚ୍ଛତା କାର୍ଯ୍ୟକ୍ରମ କରିଥିଲେ । ରାଉରକେଲା ରେଳ ମଣ୍ଡଳର ଷ୍ଟେସନ ମାଷ୍ଟର ପ୍ରଭାସ ଦାସ ଓ ଏଆର୍‌ଏମ୍‌ଆର୍‌ଏନ୍‌ ମହାନ୍ତିଙ୍କ ସ୍ୱତନ୍ତ୍ର ନିମନ୍ତ୍ରଣ କ୍ରମେ ଗାନ୍ଧୀ ଜୟନ୍ତୀରେ ଷ୍ଟେସନ ପରିସରରେ ‘ସ୍ୱଛତା ଓ ତାର ସଚେତନତା’ କାର୍ଯ୍ୟକ୍ରମରେ ସମସ୍ତ କ୍ଲିନ ଓ ଗ୍ରୀନର ସଦସ୍ୟମାନେ ସାମିଲ ହୋଇଥିଲେ । ରେଳବାଇ କର୍ତ୍ତୃପକ୍ଷଙ୍କ ସମେତ ସ୍ଥାନୀୟ ସ୍କୁଲର ଛାତ୍ରଛାତ୍ରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ସଫଳ କରିବାରେ ପ୍ରମୁଖ ଭୂମିକା ନେଇଥିଲେ । କ୍ଲିନ ଓ ଗ୍ରୀନର ବରିଷ୍ଠ ସଦସ୍ୟ ଓ ସଂପାଦକ ପ୍ରଦୀପ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅବହେଳିତ ଅଟୋ ରିକ୍ସା ଷ୍ଟାଣ୍ଡ ଓ ପାର୍ସଲ ଡେଲିଭରି ଅଞ୍ଚଳକୁ ଆବର୍ଜନା ମୁକ୍ତ କରାଯାଇଥିଲା ଓ ମିଳିତ ଉଦ୍ୟମରେ କିଛି ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା । ଷ୍ଟେସନ ପରିସର ମଧ୍ୟରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସମବେତ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ଓ ଶେଷରେ ସାଧାରଣ ସମ୍ପାଦକ ଶ୍ରୀ ଦାସ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.