କଟକରେ ଦୁର୍ଗାପୂଜା ପାଇଁ କମିଶନରେଟ୍ ପୋଲିସର ପ୍ରସ୍ତୁତି

କଟକ : ଦୁର୍ଗାପୂଜାକୁ ନେଇ କମିଶନରେଟ୍‌ ପୋଲିସର ପ୍ରସ୍ତୁତି । କଟକ ସହରରେ ଶାନ୍ତି ଶୃଙ୍ଖଳାର ସହ ଦୁର୍ଗାପୂଜା କରିବା ପାଇଁ କମିଶନରେଟ୍‌ ପୋଲିସ ସହଯୋଗରେ କଡ଼ା ସୁରକ୍ଷାର ବ୍ୟବସ୍ଥା କରାଯାଇଛି । ସେଥିପାଇଁ ସହରକୁ ୫୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ଜଗିବେ ବୋଲି କହିଛନ୍ତି କମିଶନରେଟ୍‌ ପୋଲିସର ସୌମେନ୍ଦ୍ର ପ୍ରିୟଦର୍ଶୀ । ସହରରେ ୩୧ଟି ଏଡପୋଷ୍ଟ, ଭସାଣି ପାଇଁ ୧୪ଟି ଏଡପୋଷ୍ଟ କରାଯାଇଛି । ୨୦ଟି ପିସିଆର, ୩ଟି ସ୍ପେସିଆଲ ମୋବାଇଲ, ୪୦ଟି ବାଇକ ପିସିଆର, କୁଇକ ରିଆକ୍ସନ ଟିମ୍‌ଙ୍କୁ ମୁତୟନ କରାଯାଇଛି । ଭସାଣିରେ ରାତି ୧୨ଟା ପର୍ଯ୍ୟନ୍ତ ମ୍ୟୁଜିକାଲ ବାଦ୍ୟ ବଜାଇପାରିବେ । ଏହା ସହ କଟକରେ ୬ ଜଣ ଡିସିପି, ଅତିରିକ୍ତ ଡିସିପି ରାଙ୍କର ୪୦ ଅଫିସର, ୫୫ ଜଣ ଇନ୍ସପେକ୍ଟର, ଟ୍ରାଫିକ ପୁଲିସ, ହୋମଗାର୍ଡ ମୁତୟନ ହେବେ । ବିଭିନ୍ନ ସ୍ଥାନରେ ୩୦୦ରୁ ଅଧିକ ସିସିଟିଭି କ୍ୟାମେରା ଲାଗିଛି । ସେହିପରି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆଣ୍ଟି ଟେରରିଷ୍ଟ ସ୍କ୍ୱାର୍ଡ, ଷ୍ଟ୍ରାଇକିଙ୍ଗ ଫୋର୍ସ, କ୍ୱିକ୍‌ ରେସ୍‌ପନ୍ସ ଟିମ୍‌ ମଧ୍ୟ ମୁତୟନ ହେବ । ଆଇନ ଉଲଙ୍ଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହ କିଛି ମେଢ଼ରେ ଜିପିଏସ ଲଗାଯିବ ବୋଲି ସୂଚନା ଦେଇଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

Leave A Reply

Your email address will not be published.

error: Content is protected !!