ବନୁପାଲି ଗ୍ରାମରେ ସ୍ୱଚ୍ଛତା ସପ୍ତାହ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋରାସମ୍ବର ଅଧିନସ୍ଥ କଂସର ଗ୍ରାମ ପଞ୍ଚାୟତର ବନୁପାଲି ଏବଂ ସପିଆଁ ଗ୍ରାମରେ କଂସର ଗ୍ରାମ ପଞ୍ଚାୟତର ସରପଞ୍ଚ ଆନନ୍ଦ ବେହେରାଙ୍କ ନେତୃତ୍ୱରେ ଗ୍ରାମର ୱାର୍ଡ ସଭ୍ୟ, ଏସଏସଜି ମହିଳା, ଯୁବକମାନଙ୍କ ମିଳିତ ଉଦ୍ୟମରେ ସ୍ୱଚ୍ଛତା ସପ୍ତାହ ପାଳନ କରାଯାଇଛି । ନିଜ ପଞ୍ଚାୟତକୁ କ୍ଲିନ ଏଣ୍ଡ ଗ୍ରୀନ ଗ୍ରାମ ପଞ୍ଚାୟତ ଏବଂ ଏକ ଆଦର୍ଶ ପଞ୍ଚାୟତ ରୂପେ ଗଢି ତୋଳିବା ପାଇଁ ସରପଞ୍ଚଙ୍କ ପ୍ରୟାସ ସବୁବେଳେ ଜାରି ରହିଛି । ସ୍ୱଚ୍ଛତା ଏବଂ ବର୍ଜ୍ୟବସ୍ତୁ ପରିଚାଳନା ବିଷୟରେ ସରପଞ୍ଚ ବିସ୍ତୃତ ଭାବରେ ବୁଝାଇବା ସହ ନିଜେ ସଫେଇ କାର୍ଯ୍ୟ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବନୁପାଲିର ରୋହିତ ସାହୁ, ଟିକେଲାଲ ମେହେର, ରାମଚନ୍ଦ୍ର ବରିହା, ଗୋବିନ୍ଦ ମେହେର, ରାମ କୃଷ୍ଣ ମେହେର ଏବଂ ସପିଆଁରୁ ସୁଶାନ୍ତ ସେଠ, ଲକ୍ଷ୍ମଣ ପଣ୍ଡା, ଶଙ୍କର ମେହେର, ଜୋସନା ଟାଟି, ମିତା ମିନୀ କାଲୋ ଓ ଅନେକ ନାରୀ ଶକ୍ତି ଯୁବ ଶକ୍ତି ସାମିଲ ଥିଲେ ।

Leave A Reply

Your email address will not be published.

error: Content is protected !!