ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପଦ୍ମପୁର ବ୍ଲକ ମହୁଲପାଲି ଅଙ୍ଗନଦୀରୁ ଜଳ ସଂଗ୍ରହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ୩୦ଟି ଜିଲ୍ଲାରୁ ପାଣି ଓ ମାଟି ଯିବ ସେହିପରି ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ମହୁପାଲି ପଞ୍ଚାୟତ ମହୁପାଲି ଗାଁରୁ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ମହୁଳପାଲି ଅଙ୍ଗ ନଦୀରୁ ଆଜି ଜଳ ସଂଗ୍ରହ କରାଯାଇଛି । ଜିଲ୍ଲାର ଅନ୍ୟ ଦୁଇ ଜାଗାରୁ ଘେଁସ ଓ ପାଣିମୋରାରୁ ମାଟି ସଂଗ୍ରହ କରାଯାଇ ତାକୁ ଭୁବନେଶ୍ୱର ପଠାଯିବ । ଆସନ୍ତା ୨ ତାରିଖ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ସମସ୍ତ ଜିଲ୍ଲାରୁ ଆସିଥିବା ପାଣି ଓ ମାଟିରେ ଗଛ ଲଗାଇବେ ଓ ଶାନ୍ତି ପାଇଁ ବାର୍ତା ଦେବେ ।

Leave A Reply

Your email address will not be published.