jsm

କଳାହାଣ୍ଡି ବିଶ୍ଵବିଦ୍ୟାଳୟ ତରଫରୁ ଗୁଡହାଣ୍ଡି ଠାରେ ଜାତୀୟ ସେବା ଯୋଜନା ଦିବସ ପାଳିତ

csstore

ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ବ୍ୟୁରୋ ପକ୍ଷରୁ ଐତିହାସିକ ଗୁଡହାଣ୍ଡିର ଡୋକରିଚଞ୍ଚରା ଠାରେ ଗ୍ରାମବାସୀ ଓ ସ୍ଵେଚ୍ଛାସେବୀମାନଙ୍କ ଗହଣରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏସଡିପିଓ ଧିରଜ କୁମାର ଚୋପଦାର ଓ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା ଯୋଗ ଦେଇଥିଲେ । ଅନ୍ୟାନ୍ୟ ଅତିଥିଗଣମାନଙ୍କ ମଧ୍ୟରେ ପି.ଏସ. କଲେଜ, କୋକସରାର ଅଧ୍ୟକ୍ଷ ଗୁଣାକାର ପଣ୍ଡା, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ପ୍ରତାପ ଚନ୍ଦ୍ର ଦାସ, ସାକେତ ନାରାୟଣ ବେହେରା, ଡ. କୈଲାଶ ଚନ୍ଦ୍ର ଦାସ, ମୋହନ ଚରଣ ବିଶି, ଆଇଆଇସି, କୋକସରା ପ୍ରସନ୍ନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ଚିତ୍ତରଞ୍ଜନ ଖୁଣ୍ଟିଆ ପରିଚାଳନା କରିଥିଲେ । ଏହି ଅବସରରେ କୁଳପତି ପ୍ରଫେସର ଶତପଥୀ ଜାତୀୟ ସେବା ଯୋଜନାର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ । ତା’ ସହିତ ଭାରତ ସରକାରଙ୍କର ଏନ୍‌ଏସ୍‌ଏସ୍‌ ଦ୍ଵାରା ସାରା ଭାରତରେ ଚଳିତ ମାସର କାର୍ଯ୍ୟକ୍ରମ (ପୋଷଣ ମାସ) ବିଷୟରେ ଗ୍ରାମବାସୀମାନଙ୍କୁ ସଚେତନାମୂଳକ ବାର୍ତ୍ତା ପ୍ରଦାନ କରିଥିଲେ । ସେ ତାଙ୍କ ଆଲୋଚନାରେ ଗ୍ରାମବାସୀମାନଙ୍କୁ ପୁଷ୍ଟିକର ଖାଦ୍ୟ ଖାଇବାର ଉପକାରିତା ବିଷୟରେ ବୁଝାଇଥିଲେ । ସଭାଶେଷରେ ଅରି ନଶନ ଚିନ୍ଦା, କାର୍ଯ୍ୟକ୍ରମ ଅଧିକାରୀ କୋକସରା ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.