oom

ପଦ୍ମପୁର ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣର ଚୋରା ମହୁଲି ମଦ ଜବତ ସହ ୧ ଗିରଫ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଅବକାରୀ ବିଭାଗ ତରଫରୁ ଡଙ୍ଗରମୁଣ୍ଡା ଜଙ୍ଗଲରେ ଅତର୍କିତ ଭାବରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଚୋରା ମହୁଲି ମଦ ଏବଂ ମହୁଲ ପୋଚ ଜବତ କରାଯିବା ସହ ଜଣେ ଯୁବକଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ଚଢ଼ାଉ ସମୟରେ ଅବକାରୀ ବିଭାଗ ତରଫରୁ ସେଠାରେ ମଦ ତିଆରି ପାଇଁ ରଖାଯାଇଥିବା ୩୩୦ ଲିଟର ମହୁଲ ପୋଚ, ୧୨୦ ଲିଟର ଚୋରା ମହୁଲି ମଦ, ମଦ ରନ୍ଧା ସାମଗ୍ରୀ ଏବଂ ଗୋଟିଏ ସାଇକେଲ ଜବତ କରାଯାଇଥିଲା । ଗିରଫ ଯୁବକ ଡଙ୍ଗରମୁଣ୍ଡାର ସୁଦାମ ବୁଡେକ ବୋଲି ଅବକାରୀ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଏନେଇ ଅବକାରୀ ବିଭାଗ ତରଫରୁ ଗୋଟିଏ ମାମଲା ରୁଜୁ କରାଯାଇ ଗିରଫ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି । ବରଗଡ଼ ଅବକାରୀ ଅଧିକ୍ଷକ ସୁବନ କୁମାର ନାଏକଙ୍କ ନିର୍ଦ୍ଦେଶକ୍ରମେ ପଦ୍ମପୁର ଅବକାରୀ ଓଆଇସି ଏଚ ଜଗା ରାଓ, ଏଏସ୍‌ଆଇ ଦେବେନ୍ଦ୍ର ବରିହା, ପଦ୍ମପୁର ରେଞ୍ଜ ଇନ୍ସପେକ୍ଟର ସମରଜୀତ ଦାସ ସମେତ ମୁକେଶ, ସିବାନୀ, ଅମିତ, ରାକେଶ ବିଭାଗୀୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ଥିଲେ ।

jittmm
Leave A Reply

Your email address will not be published.