jsm

ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଆହ୍ୱାନ କ୍ରମେ ତ୍ରିଦିବସୀୟ ରାଜ୍ୟବ୍ୟାପୀ ଆନ୍ଦୋଳନ

csstore

ବରଗଡ଼, (ନିରୋଜ କୁମାର ପାଣୀ) : ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଆହ୍ୱାନ କ୍ରମେ ରାଜ୍ୟରେ ବିଦ୍ୟୁତ ଶୁଳ୍କ ବୃଦ୍ଧି, କେନ୍ଦ୍ର ସରକାରଙ୍କ ଉଦ୍ୟୋଗ ଘରୋଇରଣ ଉଦ୍ୟମ, ଶ୍ରମିକ, କୃଷକ ଓ କର୍ମଚାରୀ ବିରୋଧୀ ନୀତି ବିରୁଦ୍ଧରେ ଆଜି ଠାରୁ ତ୍ରିଦିବସୀୟ ରାଜ୍ୟବ୍ୟାପୀ ଆନ୍ଦୋଳନରେ ବରଗଡ଼ ଜିଲ୍ଲା ମଜଦୁର କଂଗ୍ରେସ ଓ ଯୁବ ମଜଦୁର କଂଗ୍ରେସ ଆଜି ପ୍ରଥମ ଦିନ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିରେ ଜିଲ୍ଲା ମଜଦୁର କଂଗ୍ରେସର ସଭାପତି ବ୍ରହ୍ମାନନ୍ଦ ମହାକୁଡ, ଜିଲ୍ଲା ଯୁବ ମଜଦୁର କଂଗ୍ରେସର ସଭାପତି ଆଶିଷ ବେହେରା, ସାଧାରଣ ସଂପାଦକ ଅମିତ ନାଏକ, ଜିଲ୍ଲା ଯୁବକଂଗ୍ରେସ ସଭାପତି ସୁଶାନ୍ତ ସାହୁ, ଜିଲ୍ଲା ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ ସଂଯୋଜକ ପପୁ କୁମ୍ଭାର, ବରିଷ୍ଠ କଂଗ୍ରେସ ନେତା ସୁବ୍ରତ ସ୍ୱାଇଁ, ଛାତ୍ର ନେତା ଅଭିଷେକ ନାୟକ, ସୁବ୍ରତ ନାଏକ ଓ ନିହାର ବେହେରା ତଥା ଦଳୀୟ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.